ଜେଲି ଫିସ ଲାଗି ୫ଜଣ ପର୍ଯ୍ୟଟକ ଆହାତ
ପୁରୀ ସମଦ୍ରରେ ସ୍ନାନ କରୁଥିବା ସମୟରେ ଜେଲି ଫିସ ଲାଗି ୫ଜଣ ପର୍ଯ୍ୟଟକ ଆହାତ ହୋଇ ପୁରୀର ଏକ ବେସରକାରୀ।ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଚୈତନ ଛକ ବେଳାଭୂମି ସମୁଦ୍ର ଠାରୁ ଲାଇଟହାଉସ ବେଳାଭୂମି ସମୁଦ୍ରରେ ଗାଧଉଥିବା ସମୟରେ।କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଛନ୍ତି। ଜେଲିଫିସର ଲାଳ ଲାଗି ସେମାନେ ଆହାତ ହୋଇଛନ୍ତି। ଜେଲିଫିସର ଲାଳ ଲାଗିବା ଫଳରେ ଦେହ ହାତ ଜଳା ପୋଡା ହେଉଛି। କିଛି ପଶ୍ଚିମବଙ୍ଗ ଯାତ୍ରୀ ଓ କିଛି ଓଡିଆ ଯାତ୍ରୀ ଆହାତ ହୋଇଛନ୍ତି। ପଶ୍ଚିମବଙ୍ଗ ଯାତ୍ରୀ ବିଶାଖା ଚକ୍ରବର୍ତ୍ତୀ, ବାଦଲ କିଶାନ,କସ୍ତୁରୀ ହେମ୍ରମ୍ବ, ଅଭିଶେକ ବାନାର୍ଜୀ, ସୋମାଲି ଗାଙ୍ଗୁଲି, କିଶାନ ସାହୁ, ମୃଣମୟସାହୁ ପ୍ରମୁଖ ଚିକିତ୍ସିତ ହେଉଛନ୍ତି। ସେମାନେ ଙ୍କର ଚିକିତ୍ସା ଚାଲିଛି। ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
