ଦୁର୍ଗମ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତ , ବିପତ୍ ସଙ୍କୁଳ ଅବସ୍ଥାରେ ଅଙ୍ଗନୱାଡ଼ି ଗୃହ

ଦୁର୍ଗମ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତ , ବିପତ୍ ସଙ୍କୁଳ ଅବସ୍ଥାରେ ଅଙ୍ଗନୱାଡ଼ି ଗୃହ

ସାମ୍ନା କୁ ଆସିଲା ବିଜେଡି ସରକାର ସମୟର ଆଉ ଏକ ମିଥ୍ୟା ପ୍ରତିସୃତି ଓ ଛଳନା । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଶିକ୍ଷାର ମିଥ୍ୟା ପ୍ରତୀ ସୃତି । ଶିକ୍ଷା ଓ ତାର ବ୍ୟବସ୍ତା ପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ସ୍ଥାନରେ ବା ଉପାନ୍ତ ଅଞ୍ଚଳରେ ଏହିର ବ୍ୟତିକ୍ରମ ଦେଖିବାକୁ ମିଳେ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ମେରିକୋଟ ପଞ୍ଚାଯତର ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର କଥା । ଆସନ୍ତୁ ଦେଖିବା ଉପାନ୍ତ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର । ଏହି ଗ୍ରାମରେ ଅଛି ଅଙ୍ଗନବାଡ଼ି କେନ୍ଦ୍ର ଆସୁଛନ୍ତି ପିଲା ମାନେ ପାଉଛନ୍ତି ସମସ୍ତ ସୁବିଧା କିନ୍ତୁ ଜୀବନ କୁ ବାଜି ଲଗାଇ ବା ଭୟରେ । ଏ ଦ୍ରୁଶ୍ଯ ହେଉଛି ମେରିକୋଟ ପଞ୍ଚାୟତରେ ଥିବା ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର କଥା । ଦେଖୁଛନ୍ତି ତ କେମିତି ଫାଟିଛି । ଏ ଫାଟ ଖରା ଦିନର ଜମିର ଫାଟ ନୁହ ଏ ହାଉଛି ଅଙ୍ଗନବାଡ଼ି କେନ୍ଦ୍ରର ଛାତର ଫାଟ । ଛାତ ଫାଟି ଆଁ କରି ରହିଛି । ଦେଖାଯାଉଛି ଲୁହା ଛଡ । କେତେ ବେଳେ ଖସିପଡିବ ଛାତ କାହାକୁ ବା ଜଣା ଅଛି l ସମସ୍ତେ ଭୟଭୀତରେ ଅଛନ୍ତି । ଏ ଦ୍ରୁଶ୍ଯ ଆଜିର ନୁହ 2018 ରୁ ଏହି ଭଳି ରହିଛି । ସାତ ବର୍ଷ ହେଲା ଏ ଭଳି ଅବହେଳିତ ଅବସ୍ଥାରେ ରହିଛି । ଯେ ହେତୁ ବର୍ଷା ଦିନ ଚାଲିଛି ଫଟା ଛାତରୁ ପଣି ଝରୁଛି। ଗୃହର ଛାତ ଠିକ ନଥିବା ହେତୁ ଜୀବନ ଭୟରେ ପିଲାଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ମାନେ ବାହାରେ ବାରଣ୍ଡାରେ ବସି ଚଳାଉଛନ୍ତି ଅଙ୍ଗନବାଡି । ଘରର ଏହି ଭଳି ଅବସ୍ତା ଯୋଗୁଁ ଅଙ୍ଗନବାଡ଼ି ଠିକ ରୂପେ ଚାଲୁନଥିବା କହିଛନ୍ତି ।
ଅଙ୍ଗନବାଡ଼ି କେନ୍ଦ୍ର ର ଏଭଳି ଅବ୍ୟବସ୍ଥା ଲାଗି ବାରମ୍ବାର ସରକାରୀ କର୍ମଚାରୀ ଙ୍କ ଠାରୁ ନେତା ମନ୍ତ୍ରୀ ଙ୍କୁ ମଧ୍ୟ କହିଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହି । କେବଳ ସେତିକି ନୁହ ଏହି ଅଙ୍ଗନବାଡ଼ି ଆର୍ଥିକ ବର୍ଷ 2007-08 ରେ ନିର୍ମାଣ ହୋଇଥିଲା ମାତ୍ର କେଇଟା ବର୍ଷ ପରେ ତାହା ଏବେ ଭଗ୍ନ ଅବସ୍ତାରେ ପହଞ୍ଚିଲା । 2019 କୋରନା ପୂର୍ବରୁ ଗଞ୍ଜାମ ଜିଲ୍ଲା ପାଳ ବିଜୟ ଅମୃତ କୁଳାଙ୍ଗି କୌଣସି କାମରେ ଆସିଥିବା ବେଳେ ଏହି ଅଙ୍ଗନବାଡ଼ି ପରିଦର୍ଶନ କରି ଯାଇଥିଲେ ପ୍ରତିଶୃତି ଦେଇଥିଲେ କିନ୍ତୁ କୌଣସି କାର୍ଯ୍ୟକାରୀ ହେଲା ନାହି । ଗ୍ରାମବାସୀ ଙ୍କ କହିବା ଅନୁସାରେ ଏହି ବିଷୟରେ ଗ୍ରାମର ପଲ୍ଲୀ ସଭାରେ କହିବା ଠାରୁ ଗ୍ରାମସେବକ ,ସରପଞ୍ଚ , ବିଡିଓ ଏହା ସହ 2019 ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଶାସନ ସଚିବଙ୍କୁ କହିମଧ୍ୟ ଫେଲ ମରିଛନ୍ତି । ବର୍ତମାନର ସରକାର ଆସିବା ପରେ କିଛି କର୍ମଚାରୀ ଆସି ଫୋଟୋ ଉଠେଇଯାଇଥିବା କହିଛନ୍ତି ଗ୍ରାମବାସୀ । ବର୍ତମାନର ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ଅଙ୍ଗନବାଡ଼ି କେନ୍ଦ୍ର ର ସମସ୍ଯାର ସମାଧାନ ଶୀଘ୍ର କରିବା ପାଇଁ l

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *