ରାଜ୍ୟରେ ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହେବ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍
ଭୁବନେଶ୍ୱର, ଅଗଷ୍ଟ ୪, ୨୦୨୫ ରାଜ୍ୟରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ରୋଗର ଦୂରୀକରଣ ନିମନ୍ତେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ) କାର୍ଯ୍ୟକ୍ରମ ୧୨ ଜିଲ୍ଲାର ନିର୍ଦ୍ଧିଷ୍ଟ ବ୍ଲକରେ ପରିଚାଳିତ ହେବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ୪୭ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୫୬୦୦ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ବିଷୟରେ ସଚେତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ସ୍କୁଲରେ ପରିଚାଳିତ ହେବାକୁଥିବା ଏମଡିଏ ବୁଥ୍ ରେ ଆଣ୍ଟି ଫାଇଲେରିଆ ମେଡିସିନ୍ ସେବନ କରିବା ସହ ନିଜ ନିଜ ସମ୍ପ୍ରଦାୟକୁ ଏନେଇ ସଚେତନ କରିବାକୁ ମଧ୍ୟ କୁହାଯାଇଛି।

ବୈଠକରେ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନୋଡାଲ ଅଫିସର ପ୍ରଣତି ପାତ୍ର, ଭେକ୍ଟର ବୋନ୍ ଡିଜିଜ୍ ର ନୋଡାଲ ଅଫିସର ତଥା ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ପ୍ରଭାକର ସାହୁ, ଯୁଗ୍ମ ନିର୍ଦ୍ଦେଶିକ ଡ଼ଃ ଶୁଭାଶିଷ ମହାନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ଆଇଇସି ପରାମର୍ଶଦାତା ଶ୍ରୀ ଦେବକାନ୍ତ ସାନ୍ଧିବିଗ୍ରହ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରୁ ଡ଼ଃ ବିଶ୍ଵ ପ୍ରକାଶ ଦତ୍ତ, ପିସିଆଇରୁ ଡ଼ଃ ଅଜିତ ବସନ୍ତ ରାୟ ଓ ଶ୍ରୀ ସୋମନାଥ ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ସମ୍ପର୍କରେ ସୂଚନା ଦେଇଥିଲେ। ଡ଼ଃ ପ୍ରଭାକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଣ୍ଟି ଫାଇଲେରିଆ ଡ୍ରଗ୍ ନିଜେ ନିଜେ ଖାଇବାକୁ ଆହ୍ବାନ କରିଥିବା ବେଳେ ନିଜ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଦେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ମିଳିତ ପ୍ରୟାସରେ ରାଜ୍ୟକୁ ଫାଇଲେରିଆ ମୁକ୍ତ କରାଯାଇପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି ।ରୋଜାଲିନ୍ ସାହୁ ଲୋକସମ୍ପର୍କ ଅଧିକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ l
