ଜିଲ୍ଲା ସାମ୍ୱାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ ତା ୦୩/୦୮ ରାୟଗଡ଼ା ଜିଲ୍ଲା ପ୍ରଦକ୍ଷୀଣ ଗୃହ ସ୍ଥିତ କନଫରେନ୍ସ ହଲରେ ୨୦୨୫ ଆର୍ଥିକ ବର୍ଷର ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡ ବାଦଲ କୁମାର ତା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଘର ପ୍ରାକ୍ତନ ସମାଜ ପ୍ରତିନିଧି ତଥା ସଂଘର ସଦସ୍ୟ ସ୍ୱର୍ଗତଃ ପରମାନନ୍ଦ ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘରେ ପ୍ରଥମରୁ ସାମ୍ୱାଦିକ ସୁରକ୍ଷା ଓ ମଙ୍ଗଳ ତଥା ଜିଲ୍ଲାରେ ଉନ୍ନୟନ କ୍ଷେତ୍ରରେ କିଭଳି ପଦକ୍ଷେପ ନିଆ ଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।ଏହା ପରେ କାର୍ଯ୍ୟକ୍ରମରେ ପୂର୍ବ ବୈଠକ ପରର ହୋଇଥିବା ସମସ୍ତ ସାମାଜିକ ଓ ବ୍ୟକ୍ତିଗତ ସମସ୍ୟା ଉପରେ ଆଲୋଚନା କରଯାଇଥିଲା। ଏହି ବୈଠକରେ ସଂଘର ଉପସ୍ଥିତ କର୍ମକର୍ତ୍ତା ମାନେ ନିଜ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଉପସ୍ଥାପନା କରିବା ସହ ଏହାର ସମାଧାନ ନେଇ ଆଲୋଚନା ହୋଇଥିଲା। ଏହା ସହ ସଂଘର ସଭାପତି ଡ. ତା ସର୍ବଦା ଲୋକଙ୍କ ହିତ ନିମନ୍ତେ କର୍ଯ୍ୟକରିବା ସହ ସାମାଜିକ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକାରିଣୀରେ ସଂଘର ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଏହାକୁ କିଭଳି ପରିଚାଳନା କରାଯିବ ସେ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରଯାଇଥିଲା । ଏବଂ ଏ ନେଇ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟଙ୍କ ମତାମତ ନିଆଯାଇଥିଲା । ଏହା ସହ ସେପ୍ଟେମ୍ବର ମାସ ରେ ଜିଲ୍ଲାର ମୁନିଗୁଡା ବ୍ଲକରେ ମୁନିଗୁଡା, ଚନ୍ଦ୍ରପୁର, ବିଷମ କଟକ ବ୍ଲକ କୁ ନେଇ ଏକ ବୈଠକ କରଯିବା ପାଇଁ ସଦସ୍ୟ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ କମିଟି ସମ୍ମତି ପ୍ରଦାନ କରିଥିଲା। ଏହି ଭଳି ବୈଠକ ଅନ୍ୟ ବ୍ଲକ ରେ ମଧ୍ୟ୍ୟ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ସଙ୍ଘ ର ଏକ ସ୍ମରଣିକା କରାଯିବା ପାଇଁ ନିଷ୍ପତି ନିଆଗଲା ଯେଉଁ ଥିରେ ସଙ୍ଘ ର ଆଜି ପର୍ଯ୍ୟନ୍ତ ହୋଇଥିବା ପ୍ରମୁଖ କାର୍ଯ୍ୟକ୍ରମ, ଫୋଟୋ, ସଦସ୍ୟ ମାନଙ୍କ ଫୋଟ ସହ ସେମାନଙ୍କ ପରିଚୟ ଏବଂ ସଦସ୍ୟ ମାନଙ୍କ ଲେଖାକୁ ସ୍ଥାନ ଦେବା ପାଇଁ ନିଷ୍ପତି ନିଆଗଲା। ଆସନ୍ତା ଡିସେମ୍ବର ମାସରେ ସଂଘର ବାର୍ଷିକୋତ୍ସବ ପାଳନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା। କାର୍ଯ୍ୟକ୍ରମକୁ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଵିଦ୍ୟା ଭୂଷଣ ପଣ୍ଡା ପରିଚାଳନା କରିଥିବା ବେଳେ ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାଶ, କୋଷାଧ୍ୟକ୍ଷ ମନୋଜ ଜେନା, ଅଜୟ ରଥ, ଉମାକାନ୍ତ ନେମାଲପୁରି, ରବୀନ୍ଦ୍ର ପାଟଖଣ୍ଡାଳ , ତ୍ରିମୁଳା ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ମିଶ୍ର,ସନ୍ତୋଷ କୁମାର ବେହେରା,ଗଣେଶ କୁମାର ସାହୁ, ସ୍ବପ୍ନ କୁମାର ଦାଶ,ରଞ୍ଜନ ସ୍ୱାଇଁ, ଏମ ବିଦ୍ୟା ସାଗର,ଦୀପକ ଗେଡାପୁ,ପ୍ରମୋଦ କୁମାର ପଣ୍ଡା,ଗୋଲକ ବିହାରୀ ସାମନ୍ତରାୟ,ନିତ୍ୟାନନ୍ଦ ବୈଷ୍ଣବ, ମହେଶ ପାଟ୍ଟଖଣ୍ଡାଳ, ଅକ୍ଷୟ କୁମାର ପୀଡିଷିକା, ସନ୍ତୋଷ କୁମାର ବଚ୍ଛା,ତପନ କୁମାର କାଡ୍ରକା,ଅଜିତ କୁମାର ଗୌଡ଼, ରାଜେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବିଜୟ ଦାଶ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *