ଗୋଳନ୍ଥରା ଚଟିରେ ଆକ୍ରମଣ ଘଟଣା,”ଆମର କର୍ତ୍ତବ୍ୟ ଆମ ସଂଘର ସଦସ୍ୟଙ୍କୁ ସୁରକ୍ଷା ଦେବୁ ଓକିଲ ସଂଘ ସଭାପତି,
ବ୍ରହ୍ମପୁର – ଗତ 29ତାରିଖରେ ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରା ଇଲାକାରେ ହୋଇଥଲା ଆକ୍ରମଣ। ଆକ୍ରମଣରୁ ବାଦ୍ ପଡ଼ିନଥିଲେ ଆଇନଜୀବୀଙ୍କ ପରିବାରର ମହିଳା ସଦସ୍ୟ। ଆଇନଜୀବୀ ଟି ଭାନୁମୂର୍ତ୍ତିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣାରେ ମନ୍ତ୍ରୀଙ୍କ ପୁତୁରା ତଥା ଫେରାର ଅଭିଯୁକ୍ତ ଦୀପକ ଜେନା ସମେତ ଅନ୍ୟ ଆସାମୀଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଓକିଲ ସଂଘର କର୍ମକର୍ତ୍ତା ବ୍ରହ୍ମପୁର ଏସ ପି ଡାକ୍ତର ସର୍ବଣା ବିବେକ ଏମଙ୍କୁ ଭେଟି ଦାବି ଜଣାଇଛନ୍ତି। ଏଵଂ ସମର୍ଥନ ପାଇଁ ସଂଘକୁ ଆଇନଜୀବୀ ଟି ଭାନୁ ମୂର୍ତ୍ତି କରିଥିବା ଲିଖିତ ନିବେଦନର ଏକ ନକଲ ପ୍ରଦାନ କରିଥିଲେ। ଏସ ପି ଅନ୍ୟମାଙ୍କୁ ତୁରନ୍ତ ଗିରଫ ପାଇଁ ସଂଘକୁ କହିଛନ୍ତି ।ଦଳମତ ନିର୍ବିଶେଷରେ ଆମ ଓକିଲ ସଂଘର ସଦସ୍ୟଙ୍କୁ ସୁରକ୍ଷା, ଆକ୍ରମଣ କାରୀମାନଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁର ଏସ ପି ଙ୍କୁ ସାକ୍ଷାତ କରି ଦାବୀ ପତ୍ର ।

ଓକିଲ ସଂଘର ସଭାପତି ମୋନଜ କୁମାର ପଟ୍ଟନାୟକ କହିଛନ୍ତି ,ଏହି ଆକ୍ରମଣ ରେ ଏତଲା ରେ 9 ଜଣ ନାମରେ ଏତଲା ରେ ଦର୍ଶାଯାଇଛି ସେଥି ମଧ୍ୟରେ 4ଜଣ କୁ ଗିରଫ ହୋଇଛି 5ଜଣ ଫେରାର ଅଛନ୍ତି ।ଏହି ଦାବିପତ୍ର ପ୍ରଦାନ ସମୟରେ ଓକିଲ ସଂଘର ସଭାପତି ମୋନଜ ପଟ୍ଟନାୟକ ଙ୍କ ସହ ସଂଘର କର୍ମ କର୍ତ୍ତା ସହ ବହୁ ଆଇନଜୀବି ସହ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଓ ବ୍ରହ୍ମପୁର ଓକିଲ ସଂଘର ସଭ୍ୟ ସଞ୍ଜିତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।
