ବଦଳିଲେ କାକଟପୁର ଥାନା ଅଧିକାରୀ

କାକଟପୁର – କାକଟପୁର ଥାନା ଅଧିକାରୀ ଭାବେ ଉମେଶ ଚନ୍ଦ୍ର ସାହୁଙ୍କ ବଦଳି ପରେ ରାମଚଣ୍ଡୀ ଥାନା ଅଧିକାରୀ ଇନ୍ସପେକ୍ଟର ବସନ୍ତ କୁମାର ସାହୁ ନୂତନ ଭାବେ ବୁଧବାର ଯୋଗ ଦେଇଛନ୍ତି। ଶ୍ରୀ ସାହୁ ଜଣେ ଦକ୍ଷ, ସରଳ ଓ ସଚ୍ଚୋଟ ପୋଲିସ୍ ଅଫିସର ଭାବେ ପରିଚିତ ହୋଇ ପାରିଛନ୍ତି। ରାମଚଣ୍ଡୀ ଥାନା ଅଧିକାରୀ ଭାବେ ସେ ବହୁତ୍ ସୁନ୍ଦର କାର୍ଯ୍ୟ କରି ପ୍ରିୟପାତ୍ର ହୋଇଥିବାରୁ ତାଙ୍କୁ କାକଟପୁର ଭଳି ସମ୍ବେଦନଶୀଳ ଥାନାକୁ ଦାୟିତ୍ୱ ଦିଆଯାଇଛି। ପୂଜାର୍ଚ୍ଚନା ଓ ହୋମଯଜ୍ଞ ସହ ଗୃହ ପ୍ରଵେଶ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା କାକଟପୁର ଅଂଚଳରେ ଜନସାଧାରଣ ଜନତାଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଯୋଗ ଦେବା ପରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି।

Leave a Reply

Your email address will not be published. Required fields are marked *