ବଜ୍ରପାତରେ ଚାଷୀ ମୃତ୍ୟୁ

କୋଣାର୍କ- କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ବ୍ଲକ ଅବଦାନ ପଞ୍ଚାୟତ କନ୍ତିମଳା ଗ୍ରାମର ବାଇଧର ବଳ (୫୧) ନାମକ ଜଣେ ଚାଷୀ ନିଜ ଧାନ ବିଲରେ ଚାଷ କରୁଥିବା ବେଳେ ହଠାତ୍ ବଜ୍ରପାତ ଘଟିଥିଲା। ବଜ୍ରାଘାତରେ ବ୍ୟକ୍ତି ଜଣଙ୍କ ସେଠାରେ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି। ଗୁରୁବାର ମଧ୍ୟାହ୍ନରେ ନିଜ ଚାଷ ଜମିକୁ ଯାଇ ସେଠାରେ ଚାଷ କାର୍ଯ୍ୟ କରୁଥିବା ବେଳେ ହଠାତ୍ କଳା ବାଦଲ ଘୋଟି ଆସି ବର୍ଷା ଓ ଘଡଘଡି ଆରମ୍ଭ ହୋଇଥିଲା। ଘରକୁ ଆସିବା ପୂର୍ବରୁ ବିଲରେ ବଜ୍ରପାତ ଘଟିଥିଲା। ବଜ୍ରାଘାତରେ ସେଠାରେ ସେ ଟଳି ପଡ଼ିଥିଲେ। ଗ୍ରାମବାସୀ ମାନେ ତାଙ୍କୁ ସ୍ଥାନୀୟ ବାଙ୍ଗୁରୀଗାଁ ମେଡ଼ିକାଲକୁ ନେଇଥିଲେ ମଧ୍ଯ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରେ ବ୍ୟବଚ୍ଛେଦ କରାଯାଇ ଶବ ସତ୍କାର କରାଯାଇଥିଲା। ସେ ଜଣେ ଗରୀବ ଶ୍ରେଣୀର ଚାଷୀ ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅବଦାନ ସରପଞ୍ଚ ଲକ୍ଷ୍ମୀପ୍ରିୟା ସେଣ, ସମାଜସେବୀ ନକୁଳ ସେଣ, ପୂର୍ବତନ ସରପଂଚ ଲକ୍ଷ୍ମୀ ନାରାୟଣ ଜେନା, ବିଚିତ୍ରାନନ୍ଦ ଦାଶ, କୃଷକ ନେତା ପ୍ରଶାନ୍ତ ସ୍ବାଇଁ ଓ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *