ରଘୁନାଥପୁର ଅଞ୍ଚଳରେ ପୁଣି ଜଣେ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ
Date-07/08/25*ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅଞ୍ଚଳରେ ପୁଣି ଚାଞ୍ଚଲ୍ୟ । ଗାଈ ଚରାଇ ଘରକୁ ଫେରୁଥିବା ବେଳେ ଜୈନକା ମହିଳାଙ୍କୁ ଜଣେ ଦୁର୍ବୁର୍ତ୍ତ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପିଡିତା ଜଣକ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏ ବାବଦରେ ପିଡିତା ତାଙ୍କ ସ୍ୱାମୀଙ୍କ ସହ ରଘୁନାଥପୁର ଥାନାକୁ ଯାଇ ଏତାଲା ଦେବା ପରେ ପୋଲିସ ଏତାଲା ଗ୍ରହଣ କରି ତାଙ୍କୁ ମେଡିକାଲ ପଠାଇ ଚିକିତ୍ସା କରିବା ସହ ଘରକୁ ପଠାଇ ଦେଇଥିଲା । ହେଲେ ଥାନା ଠାରୁ ତାଙ୍କ ଘରକୁ ପ୍ରାୟ 10 କିଲୋମିଟର ବାଟ ରାତିରେ ଚାଲି ଚାଲି ଘରକୁ ଫ୍ରରୁଥିବା ବେଳେ ବାଟରେ ଅସୁସ୍ଥ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ ପିଡିତା। ଏହା ଦେଖି ସ୍ଥାନୀୟ କିଛି ଗ୍ରାମବାସୀ ମହିଳା ଙ୍କୁ ମେଡିକାଲ ନେବା ସହ ଚିକିତ୍ସା କରିଥିବାର ଜଣା ଯାଇଛି । ବିଳମ୍ବିତ ରାତି ରେ ଜଣେ ପିଡିତାଙ୍କୁ ପୋଲିସ କିପରି ଅସୁରକ୍ଷିତ ଭାବରେ ଘରକୁ ପଠାଇ ଦେଲା ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସେହି ଗାଁର ସନ୍ତୋଷ ଦାସ କୁ ଗିରଫ କରିବ ପାରିନାହିଁ ।
