ବ୍ୟାସନଗର ପବ୍ଲିକ ସ୍କୁଲ, ସିନିଅର ସେକେଣ୍ଡେରୀ ରେ ନୂତନ ଛାତ୍ରଛାତ୍ରୀ ଙ୍କ ସ୍ୱାଗତ କାର୍ଯ୍ୟକ୍ରମ “ପରିଚୟ”
ଯାଜପୁର/ବ୍ୟାସନଗର; ୦୭/୦୮: ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ”ବ୍ୟାସନଗର ପବ୍ଲିକ ସ୍କୁଲ, ସିନିଅର ସେକେଣ୍ଡେରୀ ରେ ନୂତନ କରି ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନ ସୂଚକ ସ୍ୱାଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲ ର ପ୍ରିନସିପାଲ ଡ଼ଃ ଦେବସ୍ମିତା ସାହୁ ଯୋଗ ଦେଇ ବିଦ୍ୟାଳୟର ଦାଇତ୍ୱ ସମ୍ପର୍କରେ ନିଜର ମତ ପିଲାମାନଙ୍କ ସମ୍ମୁଖରେ ରଖିଥିଲେ। ସୁସ୍ଥ ସମାଜ ଗଠନ ପାଇଁ ଦାଇତ୍ୱବୋଧତା ନିହାତି ଜରୁରୀ ଓ ନାରୀ ସୁରକ୍ଷା ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସଭାପତି ଭାରତ ଭୁଷଣ ଦେଓ, ପରିଚାଳନା

କମିଟି ସଦସ୍ୟା ଉଷାମାଞ୍ଜରୀ ସାହୁ, ସିନିଅର ସେକେଣ୍ଡେରୀ ର ଭାଇସ ପ୍ରିନସିପାଲ ଗଜେନ୍ଦ୍ର ବେହେରା, ସେକେଣ୍ଡେରୀ ର ଭାଇସ ପ୍ରିନସିପାଲ ନାରାୟଣ ରାଉଳ, ଦେବହୁତି ପାଣି, ସୂର୍ଯ୍ୟସତ୍ୟ ଶତପଥି, ବୀଣାପାଣି ସାହୁ, ହରବିନ୍ଦର ସିଂ, ବିଶ୍ଵରୂପ ଦୁବେ, ଶ୍ୟାମସୁନ୍ଦର ରାଉତ, ରାଜେଶ ସାହୁ, ଅମିତ ବର୍ମା, ପ୍ରମୋଦ ସାହୁ, ସୁଦାଂଶୁ ବାରିକ, ସତ୍ୟଜିତ ରାଉତ, ଭାଗ୍ୟଶ୍ରୀ ଦାସ, ବବିତା ଚାବ୍ରା, ପ୍ରଜ୍ଞା ପାରିମିତା ରାଉତ ଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଶେଷରେ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହେବା ସହ କେକ୍ କଟିଙ୍ଗ କରାଯାଇଥିଲା l
