ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କ୍ଲଷ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ।
ରାଇକିଆ,ତା 7/8/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ । ମୁଖ୍ୟମନ୍ତ୍ରୀ ଙ୍କ ଜନଜାତି ମିଶନ ଅଧିନରେ ଥିବା ରାଇକିଆ ବ୍ଲକ ର ଡ଼ଡୀଙ୍ଗିଆ ପଞ୍ଚାୟତର ଡାଙ୍ଗାଡଣ୍ଡ ଠାରେ 32 ଗୋଟି ଛେଳି ଯାହାକି ITDA Balliguda ଓ ପଶୁସମ୍ପଦ ବିଭାଗ ର ମିଳିତ ସହଯୋଗ ରେ ପ୍ରଦାନ କରାଯାଇଥିଲା ତତ୍ ସହିତ ମାସେଡ଼ିକିଆ ଠାରେ 40 ଜଣ ହିତାଧିକାରୀ ଙ୍କୁ 20 ଏକର ଜମିରେ ଫୁଲକୋବି ଚାଷ ସକାଶେ ସାର ବିହନ କୀଟନାଶକ ଔଷଧ ଓ ଘୁ ଉଦୟଗିରି ବ୍ଲକର ରାଇକଲା ପଞ୍ଚାୟତର ଡାକପଲା ଗ୍ରାମ ରେ 40 ଏକର ଜମି ରେ ବାଦାମ ଚାଷ, 20 ଏକର ଜମି ରେ ଫୁଲ ଝାଡୁ ଚାଷ, 30 ଏକର ଜମି ରେ ଗୋଲୋମରିଚ ଚାଷ ଓ ଯୁବ ଉଦ୍ୟୋଗୀ , ତଲାରୀମାହା ରେ 25 ଏକର ଜାଗାରେ ଲେମନ grass ରୋପଣ କାର୍ଯ୍ୟକ୍ରମ କୁ ଦେଖିବା ସହିତ ଯୁବ ଉଦ୍ୟୋଗୀ ଶାନ୍ତନୁ ପ୍ରଧାନ ଙ୍କ କାରୁକାର୍ଯ୍ୟ,ଚିତ୍ର, କଳା,ଭାସ୍କର୍ଯ୍ୟ କୁ ବୁଲି ଦେଖିବା ସହିତ ଏହାର ସଫଳତା କୁ ପ୍ରଶଂସା କରିଥିଲେ. ।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା, ରାଇକିଆ Bdo ସବ୍ୟସାଚୀ ସାହୁ, ତହସିଲଦାର, A.E.E ,A .E, ବାଲିଗୁଡା PMU ଷ୍ଟାଫ ଏବଂ ରାଇକିଆ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ସହିତ BLE ରହିମୁଦ୍ ନାୟକ ଉପସ୍ଥିତ ରହିଥିଲେ.।
