ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏସ୍ପିଙ୍କୁ ଦାବି ପତ୍ର ପ୍ରଦାନ

Date-07/08/25* ସାରା ରାଜ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୋଲିସ ଡିଜି ଙ୍କ ଉଦ୍ଦେଶ୍ୟ ରେ ଏସ୍ପି ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିପରି ଜଗତସିଂହପୁର ଠାରେ ବିଜୁ ଯୁବ ଛାତ୍ର ଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ କଲେଜ ଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଏସ୍ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଡିଜି ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗାଁ ଠୁ ସହର , ବେଳାଭୂମି ରୁ କଲେଜ କ୍ୟାମ୍ପସ ସବୁଠି ଛାତ୍ରୀ ମହିଳା ଅସୁରକ୍ଷିତ । ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନୀ ଶୃଙ୍ଖଳା ପରିସ୍ଥିତି ଓ ସରକାର ନିରାବ ଦଷ୍ଟ। ପ୍ରତିବାଦ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ସହ ଏସ୍ପିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଅପରପକ୍ଷରେ ଆଗକୁ କଲେଜରେ ନିର୍ବାଚନ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ଜଗତସିଂହପୁର ଏସ୍ପି କହିଛନ୍ତି ।

Leave a Reply

Your email address will not be published. Required fields are marked *