ଶିକ୍ଷାବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ “ ପବିତ୍ର ରକ୍ଷା ବନ୍ଧନ,

ଅଦ୍ୟ ତା. ୯/୮/୨୦୨୫ ରିଖ ଶନିବାର ଦିବା ୮ ଘଟିକା ସମୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକ ପ୍ରାଙ୍ଗଣରେ ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ “ ପବିତ୍ର ରକ୍ଷା ବନ୍ଧନ, ଶ୍ରୀବଳଦେବ ଜୟନ୍ତୀ ଓ ଗହ୍ମା ପୂର୍ଣ୍ଣିମା “ ଉତ୍ସବ ପାଳନ କରାଗଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ଅଧ୍ଯକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ବାଗତ ଭାଷ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗରଦପୁର ଅଧୂବାସୀ ଓକିଲ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇଥିବା ବେଳେ, ବରିଷ୍ଠ ଗୁରୁଜୀ ରଙ୍ଗାଧର ଲେଙ୍କା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଗୁରୁଜୀ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ

କରିଥିଲେ | ଏହାପରେ ଉପସ୍ଥିତ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବନ୍ଧନ କରିଥିଲେ | ଏହା ଆମ ସଂସ୍କୃତି ଓ ପରମ୍ପରାର ଏକ ଜୀବନ୍ଧ ଉଦାହରଣ । କାର୍ଯ୍ୟକ୍ରମ ଶେଷରେ ମିଷ୍ମାନ୍ନ ବଣ୍ଟନ ହେବାପରେ ସଭା କାର୍ଯ୍ୟ ର ଉଦଯାପନ ହୋଇଥିଲା । ପରିଚାଳନା ସମିତିର ସମସ୍ତ ସଦସ୍ୟ | ସଦସ୍ୟା ତଥା ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।( ବି. ଦ୍ର. – ପାଶ୍ଚାତ୍ୟ ସଂସ୍କୃତି (କଳଙ୍କିତ ସଂସ୍କୃତି) ବିରୁଦ୍ଧରେ ଏକ ଉଚିତ୍ କାର୍ଯ୍ୟକ୍ରମ ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *