ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ରକ୍ଷା ବନ୍ଧନ ଅନୁଷ୍ଠିତ
ପୁରୀ ୯/୮ ହରଘର ତ୍ରିରଙ୍ଗା ୨୦୨୫ ଅବସରରେ ଆଜି ରକ୍ଷା ବନ୍ଧନ ମଧ୍ୟ ଅନୁଷ୍ଠିତ ହୋଇଥିଲା।ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଅତିଥି ମାନଙ୍କୁ ଉପସ୍ଥିତ ମହିଳା ଓ ଛାତ୍ରଛାତ୍ରୀ ରାକ୍ଷୀ ପିନ୍ଧାଇ ଥିଲେ।ପରେ ଅତିଥି ମାନଙ୍କ ସହ ଉପସ୍ଥିତ ବ୍ୟକ୍ତିବିଶେଷ ତ୍ରିରଙ୍ଗା ପ୍ରଦର୍ଶନ ସହ ବନ୍ଦେ ମାତରମ ଓ ଭାରତ ମାତାକି ଜୟ ଧ୍ବନି ଦେଇ ଦେଶପ୍ରେମ ର ବାର୍ତ୍ତା ବାଣ୍ଟିଥିଲେ।
