ପବିତ୍ର ରାକ୍ଷୀ ପୁର୍ଣିମାରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଝିଅ ମାନେ l

ଫୁଲବାଣୀ:-୦୯/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ସ୍ଥାନୀୟ ପୋଲିସ ଫାଣ୍ଡି ରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଝିଅ ମାନେ l ଆଜିଭଳି ପବିତ୍ର ରାକ୍ଷୀ ପୁର୍ଣିମା ଉତ୍ସବ ଦିନରେ ଭଉଣୀ ମାନେ ସେମାନଙ୍କ ଭାଇଙ୍କ ସୁରକ୍ଷା ଓ ଭବିଷଷ୍ୟତ ଉଜ୍ୱଳ ପାଇଁ ହାତରେ ସୁରକ୍ଷା କବଚ ଭଳି ରାକ୍ଷୀ ବାନ୍ଧି ଭାଇ ଭଉଣୀର ପବିତ୍ର ଅତୁଠ ବନ୍ଧନକୁ ବଜାୟୀ ରହୁ ବୋଲି ଭଗବାନଙ୍କ ପ୍ରାର୍ଥନା କରିଛନ୍ତି lଏହି ପରମ୍ପରା ସଂକୃତି ବହୁ ଆହ୍ୱାନ କାଳରୁ ରହି ଆସିଥିବା ବେଳେ ଆଜିର ଏହି ପବିତ୍ର ଉତ୍ସବରେ ଯବାନ ମାନେ ସେମାନଙ୍କ ଗାଁ ଓ ଘରର ବାପା ମା ଭାଇ ବଉଣୀ ପତ୍ନୀ ପୁଅ ଝିଅଙ୍କୁ ଛାଡ଼ି ଦେଶର ସୁରକ୍ଷା ଓ ଜନସାଧାରଣ ମାନଙ୍କୁ ବିପରୁ ରକ୍ଷା କରିବା ପାଇଁ ନିଜର କର୍ତ୍ତବ୍ୟରେ ରହିଥିବା ଯୋଗୁଁ ସେମାନଙ୍କ ମନ ବଳକୁ ସୁଦୃଢ କରି

ଖୁସି କରାଇବା ନିମନ୍ତେ ପୋଲିସ ଫାଣ୍ଡି କୁ ଆସି ହାତରେ ରାକ୍ଷୀ ବାନ୍ଧିଥିବା ଭାଇ ଭଉଣୀ ଅତୁଠ ବନ୍ଧନର ଏକ ନିଆଁରା ଦୃଶ୍ୟ ଦେଖିବାକୁ ମିଳିଛି l ଝିଅ ମାନଙ୍କ ଏଭଳି ମାନବିକତା ଓ ଭାଇ ଭଉଣୀଙ୍କ ସମ୍ପର୍କ ଯବାନ ମାନଙ୍କ ହୃଦୟକୁ ସ୍ପର୍ଶ କରିଥିବା ବେଳେ ଯବାନ ମାନେ ଝିଅ ମାନଙ୍କୁ ଆଶୀର୍ବାଦ କରି କହିଛନ୍ତି ଆଜିଭଳି ପବିତ୍ର ଦିନରେ ଭଉଣୀ ମାନେ ଆମ ପୋଲିସ ଫାଣ୍ଡିକୁ ଆସି ଆମ ହାତରେ ରାକ୍ଷୀ ବାନ୍ଧି ଆମକୁ ଉତ୍ସାହିତ କରି ଖୁସି କରିଥିବା ଯୋଗୁଁ ଆମେ ମାନେ ବହୁତ ଖୁସି ବୋଲି ପ୍ରକଶ କରିଥିଲେ l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଦଶରଥ ଯାନୀ,କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭାପତି ବୈଦ୍ୟନାଥ ବେହେରା ଓ ଅନ୍ୟା ମାନଙ୍କ ମଧ୍ୟରେ ବରିଷ୍ଠ ଠିକାଦାର ପ୍ରସନ କୁମାର ସାହୁ,ସମାଜସେବୀ ରଥିନ୍ଦ୍ର ସାହୁ,ସ୍ଥାନୀୟ ଗୃହରକ୍ଷୀ ଘାସିରାମ ବେହେରା,ସୁଧାଂଶୁ ଶେଖର ବେହେରା ସହଦେବ ବେହେରା,ରବୀନ୍ଦ୍ର ବେହେରା,ପ୍ରଫୁଲ ପାଣିଗ୍ରାହୀ,ଆମ୍ବିଳ ବେହେରା, ସମେତ ଅନ୍ୟ ଯୁବଗୋଷ୍ଟି ଓ ମହିଳା ମାନେ ଉପସ୍ଥିତ ଥିଲେ l ଏଭଳି ମହୋତ୍ୱପୂର୍ଣ କାର୍ଯ୍ୟ କଳାପକୁ ବୁଦ୍ଧିଜୀବୀ ମହାଲରେ ଭୁୟସୀ ପ୍ରଶଂସା କରା ଯାଇଥିବା ଜଣାପଡ଼ିଛି l

Leave a Reply

Your email address will not be published. Required fields are marked *