ରଘୁ ସାହୁଙ୍କ “ଆ ସଙ୍ଗାତ ଆରେ” ଓ “ଆମ ଘର ସରଗପୁର” ଲୋକାର୍ପଣ ପର୍ବ ଅନୁଷ୍ଠିତ

ରଘୁ ସାହୁଙ୍କ “ଆ ସଙ୍ଗାତ ଆରେ” ଓ “ଆମ ଘର ସରଗପୁର” ଲୋକାର୍ପଣ ପର୍ବ ଅନୁଷ୍ଠିତ କୁଜଙ୍ଗ-୧୦/୮-ଅତି କୁନି କୁନି ପିଲାମାନେ ଯେଉଁ ଶିଶୁ ଗୀତକୁ ପଢି ପାରନ୍ତିନି, ହେଲେ ଆଈମା କିମ୍ବା ଅନ୍ୟଠୁ ଶୁଣି ଶୁଣି ମନେରଖି ଖନିଖନି ପାଟିରେ ଗାଇ ପାରନ୍ତି, ସେଭଳି ଶିଶୁ ସାହିତ୍ୟକୁ ସଫଳ ସାହିତ୍ୟ ବୋଲି କୁହାଯାଇ ପାରିବ l
ଶିଶୁ ସାହିତ୍ୟ ରଚନା ବେଳେ ସାହିତ୍ୟିକ ନିଜକୁ ଶିଶୁପରି ଭାବିବାକୁ ହୁଏ, ଶିଶୁ ବୁଝିଲା ପରି ଛନ୍ଦ ସୃଷ୍ଟି କରି ଶିଶୁଙ୍କ ମନଲାଖି ଶିଶୁ ଗୀତ ଗଢି ପାରିଲେ ତାହା କାଳଜୟୀ ହୋଇ ପାରିବ ବୋଲି ଓଡିଶାର ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ମାନେ ମତବ୍ୟକ୍ତ କରିଛନ୍ତି l
କୁଜଙ୍ଗର ପ୍ରିୟବନ୍ଧୁ ସାହିତ୍ୟ ସଂଗଠନ ପକ୍ଷରୁ ସ୍ଥାନୀୟ ସୂଚନା ଭବନଠାରେ ରବିବାର ଦିନ ଡକ୍ଟର ରଘୁ ସାହୁଙ୍କ ଦୁଇଟି ଶିଶୁଗୀତ ପୁସ୍ତକ “ଆ ସଙ୍ଗାତ ଆରେ” ଓ “ଆମରି ଘର ସରଗପୁର” ଲୋକାର୍ପଣ ପର୍ବ ଅବସରରେ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେବା ସହିତ ଶିଶୁ ସାହିତ୍ୟକୁ ଶ୍ରେଷ୍ଠ ସାହିତ୍ୟ ବୋଲି କହିଥିଲେ l ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ବର୍ତ୍ତମାନ ସାହିତ୍ୟରେ ଶିଶୁ କବିତାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ,ରାଜୀବ ଷଢଙ୍ଗି, ବ୍ରହ୍ମାନନ୍ଦ ବିଶ୍ୱାଳ, ଡକ୍ଟର ରବୀନ୍ଦ୍ର ବିହାରୀ , ହିମାଂଶୁ ଆଚାର୍ଯ୍ୟ, ସୁରଞ୍ଜନ ଲେଙ୍କା, ସୁଧାଂଶୁ ମୋହନ ଶତପଥି, ଜଗନ ମୋହନ ସାହୁ,ଡକ୍ଟର କେଶବ ଦଳେଇ, ଡକ୍ଟର ଗଙ୍ଗାଧର ସାମନ୍ତରାୟ, ବାବୁରାମ ଚୌଧୁରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପୁସ୍ତକ ଉନ୍ମୋଚନ ଓ କୃତି ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅଧ୍ୟାପିକା ଡକ୍ଟର ରୋଜାଲିନ ଧନ୍ୟବାଦ ଅର୍ପଣ କରିଥିଲେ l
ଲୋକାର୍ପର୍ଣ ପୂର୍ବରୁ ଜିଲ୍ଲା ସ୍ତରୀୟ କବିତା ପାଠ କବି ପ୍ରଭାତୀ ମାଝୀ, ଦୀପ୍ତି ଖଣ୍ଡୁଆଳ ଓ ସବିତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l କବି କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ କବି ସନ୍ତୋଷ ସାମଲ, ଉମାକାନ୍ତ ନାୟକ, ଗୋଲୋକ ବିହାରୀ ପଳେଇ, ଡକ୍ଟର ପ୍ରତାପ ମହାପାତ୍ର, ପିତାମ୍ବର ମହାପାତ୍ର, ଡକ୍ଟର ବିଷ୍ଣୁପ୍ରିୟl ଦାଶ, ସବିତା ମହାପାତ୍ର,ଅନଙ୍ଗ ମହାପାତ୍ର ସଂଘମିତ୍ରା ସ୍ୱାଇଁ, ଓ ନବୀନ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ l କବି ବାସବ ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶତାଧିକ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ l ବିଭୁତି ଦାଶ ଧନ୍ୟବାଦ ଦେଇଥିଲେ l
ପ୍ରିୟବନ୍ଧୁ ସଂଗଠନ ପକ୍ଷରୁ ଦୁଷ୍ମନ୍ତ ମାଝୀ, ସୁଧାକର ବିଶ୍ୱାଳ, ପ୍ରମିଳା ନନ୍ଦ, ସଞ୍ଜୟ ଓଝା, ରଂଜିତ ପଣ୍ଡା ଓ ମନୋଜ ପ୍ରଧାନ ଉତ୍ସବ ପରିଚାଳନା କରିଥିଲେ l
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *