ଜାତୀୟ କୃମି ନାଶକ ଦିବସ

୧୨ ଅଗଷ୍ଟ ୨୦୨୫ ଜାତୀୟ କୃମି ନାଶକ ଦିବସ ପାଳିତ ହେବ କୃମି ମୁକ୍ତ ଶିଶୁ ହେଉଛନ୍ତି ରୋଗ ମୁକ୍ତ ଶିଶୁ। ଆପଣ ଜାଣନ୍ତି କି ଯେଉଁ ମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ। ପୃଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଲାନ୍ତ ଅନୁଭବ କରନ୍ତି। ତାଙ୍କ ଶାରୀରିକ ମାନସିକ ଓ ବୈଦିକ ବିକାଶ ରେ ବାଧା ପ୍ରାପ୍ତ ହୁଏ। କୃମି ସଂକ୍ରମଣ କୁ ସହଜ ରେ ନିୟନ୍ତ୍ରଣ କରିହେବ। ସମସ୍ତ ୧ ରୁ ୧୯ ବର୍ଷ ର ପିଲା ମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ କୃମି ନାଶକ ସିରଫ କିମ୍ବା ବଟିକା ଚୋବାଇ ଖାଇବାକୁ ଦିଆଯିବ।ଅଣ ପଞ୍ଜୀକୃତ ବିଦ୍ୟାଳୟ ଯାଉନଥିବା ପିଲା ଓ ପ୍ରଜନନ ଯମ ମହିଳା ୨୦ ରୁ ୨୪ ବର୍ଷ ମାନେ ଅଙ୍ଗନବାଡ଼ି ରେ ଔଷଧ ଖାଇପାରିବେ। ଯେଉଁ ପିଲା ମାନେ ଜାତୀୟ କୃମି ନାଶକ ଦିବସ ରେ ଔଷଧ ଖାଇ ନ ଥିବେ ସେମାନଙ୍କୁ ୧୯ ଅଗଷ୍ଟ ୨୦୨୫ ତାରିଖ ଦିନ ଏହି ଔଷଧ ଦିଆଯିବ ବୋଲି ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *