ଊରଘୁନାଥପୁର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ସୁଣାଣି।
ଊରଘୁନାଥପୁର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ସୁଣାଣି।
ରଘୁନାଥପୁର ତା ୧୧/୮:-ଜଗତସିଂହପୁରଜିଲ୍ଲା ରଘୁନାଥପୁର ବ୍ଲକରେ ସୋମବାର ଜ୍ୟୋତି ମହାସଂଙ୍ଘ ସଭାଗୣହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନସୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବିନାରାୟଣ ଜେଠୀ, ଉପଜିଲ୍ଲାପା ପ୍ରଶାନ୍ତ କୁମାର ତରାଇ,ଏଡିଏମ୍ ଜ୍ୟେତିଶଙ୍କର ରାୟ,ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା,ତହସିଲଦାର ରାଜଲକ୍ଷ୍ମୀ ନାୟକ,ବିଡ଼ିଓ ବିରଞ୍ଚି ନାରାୟଣ ବେହେରା,ଜିଲ୍ଲାସ୍ତରୀୟ ଅଧିକାରୀ ଓ କ୍ଷତ୍ରୀୟ ଅଧିକାରୀ ମାନେ ଉପସ୍ଥିତରହି ଲୋକମାନଙ୍କ ଆପତ୍ତି ଅଭିଯୋଗ ଗୁଡିକୁ ଶୁଣାଣି କରିଥିଲେ।ଏହି ଶିବିର ରେ ମୋଟ୯୭ଟି ଅଭିଯୋଗ ଦାଖଲ ହୋଇଥିଲା ସେଥି ମଧ୍ୟରୁ ଭତ୍ତା, ରାସନକାର୍ଡ,ସୁଭଦ୍ରା ଯୋଜନା ଜମିଜମା ଓ ଅନ୍ତଦୋୟ ଆବାସ ଯୋଜନା,ଆଇନ ସମ୍ବନ୍ଧୀୟ ହୋଇଥିବା ଜଣାଯାଇଛି।ତେବେ ଜଗନ୍ନାଥପୁର ବଜାର ବିଜୁପଟ୍ଟନାୟଛକ ର କଟକ ପାରାଦ୍ୱୀପ ରାସ୍ତାରେ ହମ୍ପସ ନିର୍ମାଣ ଓ ବଜାରରେ ଲଗାଯାଇଥିବା ଷ୍ଠିଟଲାଇଟ ନିମ୍ନମାନର ଯୋଗୁ ଲାଇଟ ଖରାପ ହୋଇ ବଜାର ଅନେକ ସମୟରେ ଅନ୍ଧାର ରହୁଥୀବା କୁ ନେଇ ବଜାର କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା। ସେହିପରି ଶିଶୁବିକାଶ ଜୋଜନା କାର୍ଯ୍ୟାଳୟ ପକ୍ଷରୁ ଏହି ବ୍ଲକ ଅଧିନ ଗୋପାଳପୁର ଅଙ୍ଗନୱାଡି(କ)କେନ୍ଦ୍ରର ନୂତନ କର୍ମୀ ନିଯୁକ୍ତି ରେ ଜାଲିଆତି ସମ୍ପର୍କ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ।ବାଗସାହି ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୣହ ନିର୍ମାଣପାଇଁ ଦିର୍ଘଦିନ ହେବ ଟଙ୍କା ପଡିରହିଥିଲେ ବି ଗୣହନିର୍ମାଣ ହୋଇନପାରି ବାକୁ ନେଇ ପ୍ରଶାସନ ର ଦୣଷ୍ଟିଆକର୍ଷଣ କରାଯାଇଥିଲା,ପୁରୁଣା ବସନ୍ତ ସିଦ୍ଧେଶ୍ବରୀ ସରକାରୀ ଉପ୍ରା ବିଦ୍ୟାଳୟ ପରିଷରରୁ ପ୍ରଧାନ ଶିକ୍ଷୟତ୍ରୀ ବୣକ୍ଷଛେଦନ କରିଥିବା ଗ୍ରାମବାସୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।ଆଇନସୣଙ୍ଖଳା ରକ୍ଷାପାଇଁ ଆଇଆଇସି ସୁଶାନ୍ତ କୁମାର ସେଠୀ ଓ ପୋଲି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।
