ଭୋଟ ଚୋରି କୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

*ଭୋଟ ଚୋରି କୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
*ଡିଜିଟାଲ ଭୋଟର ଲିଷ୍ଟ ଓ ସିସିଟିଭି ଫୁଟେଜ ନିର୍ବାଚନ କମିଶନ ଯୋଗାଇ ଦେବାକୁ ଦାବୀ
ଆଙ୍କର- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ରାଜ୍ୟ ର ସମସ୍ତ ଜିଲ୍ଲା ସଦର ମହକୁମା ରେ ଭୋଟ ଚୋରି ସମ୍ପର୍କ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଆଜି ଜଗତସିଂହପୁର ସର୍କିଟ ହାଉସ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ରାହୁଲ ଗାନ୍ଧୀ ଙ୍କ ଦ୍ୱାରା ପର୍ଦାଫାଶ କରାଯାଇଥିବା ଭୋଟ ଚୋରି ସମ୍ପର୍କିତ ୨ଟି ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ର ଉପାଧ୍ୟକ୍ଷ ଅମୀୟ ପାଣ୍ଡଵ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ ଆରମ୍ଭ ହୋଇଥିବା ମହାଅଭିଯାନରେ ସମସ୍ତେ ଯୋଗ ଦେବାକୁ ନିବେଦନ କରିଥିଲେ।ନିର୍ବାଚନ କମିଶନଙ୍କ କାର୍ଯ୍ୟ କଳାପରେ ସ୍ୱଛତା ଓ ସ୍ପଷ୍ଟତା ଆଣିବାକୁ ହେଲେ ପ୍ରତିଟି ଦେଶପ୍ରେମୀ ଏହି ଗଣ ଆନ୍ଦୋଳନରେ ସାମିଲ ହେବା ଆଜିର ଆହ୍ୱାନ ଓ ଆବଶ୍ୟକତା ବୋଲି ଶ୍ରୀ ପାଣ୍ଡଵ ପ୍ରକାଶ କରିଥିଲେ। ରାହୁଲ ଗାନ୍ଧୀ ନିଜସ୍ୱ ଅନୁସନ୍ଧାନ ଦ୍ୱାରା ଲୋକ ଲୋଚନକୁ ଆଣିଥିବା ଭୋଟ ଚୋରିର ୫ଟି କୁଖ୍ୟାତ କୌଶଳ ସମ୍ପର୍କରେ ଜନଗଣଙ୍କୁ ଅବଗତ କରାଇବା ସହ ଭୋଟ ଚୋରିକୁ ରୋକିବାକୁ ସମସ୍ତେ ଆଗେଇ ଆସିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହିପରି ୯୬୫୦୦୦୩୪୨୦ ନମ୍ବର ରେ ମିସ୍ କଲ ଦେଇ କିମ୍ବା ଦଳ ପକ୍ଷରୁ ପ୍ରକାଶିତ କ୍ୟୁଆର କୋଡ଼ ସ୍କାନକରି ରାହୁଲ ଗାନ୍ଧୀ ଙ୍କ ଏହି ଗଣତନ୍ତ୍ର ବଞ୍ଚାଅ ମହାସଂଗ୍ରାମ ରେ ସାମିଲ ହେବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଉଛି। ନିର୍ବାଚନ ଗଣତନ୍ତ୍ରର ମୂଳଦୁଆ ହୋଇଥିବାରୁ ଏହାର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ଅଭିପ୍ରେତ ଏହି ଆନ୍ଦୋଳନର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ର ସହଯୋଗ କାମନା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବାଲିକୁଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ସର୍ବେଶ୍ୱର ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ।

ଜଗତସିଂହପୁର Rita ସାହୁ

Leave a Reply

Your email address will not be published. Required fields are marked *