କୋଣାର୍କ ୱାଟକୋରେ ବ୍ୟାପକ ଅନିୟମିତତା

କୋଣାର୍କ ୱାଟକୋରେ ବ୍ୟାପକ ଅନିୟମିତତା !

ବଦଳି ପରେ ବି ଚଉକି ଛାଡ଼ୁ ନାହାଁନ୍ତି ଯନ୍ତ୍ରୀ

ପୂରୀ – ପୂରୀ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଥ‌ିବା ଓଡିଶା ଜଳ ନିଗମ ସେବନ ତଥା ସହକାରୀ ପରିଚାଳକଙ୍କ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଦେଖ‌ିବାକୁ ମିଳୁଛି। ବିଶେଷକରି ଏଠାରେ ଦୀର୍ଘ ୧୦ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ବଦଳୁ ନଥିବାରୁ ମନମୁଖୀ କାର୍ଯ୍ୟ କରୁଛନ୍ତି। ଅନେକ ଅଭିଯୋଗ ପରେ ଯନ୍ତ୍ରୀଙ୍କ ବଦଳି ପରେ ବି ଚଉକି ଛାଡ଼ୁ ନାହାଁନ୍ତି ସହକାରୀ ପରିଚାଳକ ଦୀପ୍ତି ରଞ୍ଜନ ପାତ୍ର। ଯାହା ଫଳରେ ବ୍ୟାପକ ଅନିୟମିତତା ହେଉଥିବା କୋଣାର୍କ ଏନଏସି ବାସିନ୍ଦା ମାନେ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା କିମ୍ବା ଏକ କାର୍ଯ୍ୟାଳୟରେ ଅତିବେଶୀରେ ୩ ବର୍ଷ ରହିବା ସରକାରୀ ଆଇନ୍ କାନୁନ୍ ଥିଲେ ମଧ୍ୟ କାହା ବଳରେ କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପାତ୍ର କୋଣାର୍କ ସେକ୍ସନରେ ଦୀର୍ଘ ୧୦ ବର୍ଷ ହେବ ରହିଛନ୍ତି ତାହା ତଦନ୍ତ ସାପେକ୍ଷ। ବ୍ୟାପକ ଅନିୟମିତତା, ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ, କାର୍ଯ୍ୟାଳୟରେ ଓ ଡ୍ୟୁଟି ସମୟରେ ଦୈନିକ ମଦପାନ କରୁଥିବା ଫୋଟୋ ଓ ଭିଡ଼ିଓ ଭାଇରଲ, କର୍ମଚାରୀଙ୍କୁ ବାଡେଇବା ଯୋଗୁଁ ଥାନାରେ ମାମଲା ଆଦି ରହିଛି। ଏଥି ଯୋଗୁଁ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଥିଲେ। ଗତ ଫେବୃୟାରୀ ମାସରେ ମୁଣ୍ଡୁଲି ବଦଳି କରାଯାଇଥିବା ବେଳେ ବାବୁ ଜଣଙ୍କ ନିଜ ଚଉକି ଛାଡ଼ି ନଥିଲେ। ଏହାପରେ ନିର୍ଦେଶ ପରେ ବି ଯାଇ ନଥିଲେ। କୌଶଳ କ୍ରମେ ଟଙ୍କା ଦେଇ ଉପର ମହଲରୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତିରିକ୍ତ ଦୁଇ ମାସ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଉପର ବିଭାଗୀୟ ଅଧିକାରୀ ମାନେ ଲାଞ୍ଚ ଖାଈ ତାଙ୍କୁ ଆଉ ପଠାଉ ନାହାଁନ୍ତି। ମଇ ମାସରୁ ତାଙ୍କର କୌଣସି କାର୍ଯ୍ୟ କରିବା ପାଇଁ ନୋଟିସ ନଥିବା ବେଳେ ଏଠାରେ କିଛି ଠିକାଦାରକୁ ଧରି ବାବୁ ଜଣଙ୍କ କୋଣାର୍କ ଛାଡ଼ୁ ନାହାନ୍ତି। ଯାହା ଫଳରେ କେତେକ ଅସାଧୁ ବ୍ୟକ୍ତିଙ୍କୁ ଧରି ପାଣି ଟାଙ୍କି କାର୍ଯ୍ୟ କରୁଛନ୍ତି। ଯାହାର ଜାଗା ସମସ୍ୟା ରହିବା ସହିତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ମେ ମାସରୁ ସେ ଅନ୍ୟତ୍ର କାର୍ଯ୍ୟ ଅନ୍ୟତ୍ର ନଯାଇ କେଉଁ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି କୋଣାର୍କକୁ ବଦନାମ୍ କରୁଛନ୍ତି। ଏହା ସରକାରୀ ନିୟମ ଆଇନର ଖୋଲା ଉଲଂଘନ ନୁହେଁ କି ? ଏଥିପ୍ରତି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ସରକାରଙ୍କ ଜଳ ନିଗମ, ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ କୋଣାର୍କ ବାସି ମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *