ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଧାୟକ ଆକାଶ ଦାସ ନାୟକ
କୋରେଇ, ୧୧/୮: କୋରେଇ ବିଜେପି ପକ୍ଷରୁ ବ୍ରାହ୍ମଣୀଦେବୀ ଜୋନ ସଭାପତି ରାକେଶ କୁମାର ଜେନା ଙ୍କ ସଂଯୋଜନା ରେ ସୋମବାର ହରଘର ତ୍ରିରଙ୍ଗା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ | ରଗଡି ସ୍ଥିତ ଜିଲ୍ଲା ସରକାରୀ ପଲିଟେକନିକ କଲେଜ ନିକଟରୁ ପଦଯାତ୍ରା ବାହାରି ମା’ କମୁଡ଼େଇ ପୀଠ ପର୍ଯ୍ୟନ୍ତ ଯାଇଥିଲା | ସେଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଦାସ ନାୟକ ବୃକ୍ଷ ରୋପଣ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପିନାକୀ ରଞ୍ଜନ ଦାସ, ଯୁବ ନେତା ପ୍ରୀତି ରଞ୍ଜନ ସାହୁ, ଆଇନୀଜୀବି ଧନେଶ୍ୱର ବାରିକ, ପ୍ରକାଶ ଧଳ, ପ୍ରମୋଦ କୁମାର ସାହୁ,ନାରୀ ନେତ୍ରୀ ଦିପ୍ତିମୟୀ କୁଅଁର, ତଳଗଡ଼ ପଞ୍ଚାୟତ ବିଜେପି ସଭାପତି ଗୋପାଳ ଚରଣ ସାହୁ, ବ୍ରଜ ଦାସ, ପପିନା ମିଶ୍ର, ହେମନ୍ତ କୁମାର ମଲ୍ଲିକ, ବସନ୍ତ କର, ସରପଞ୍ଚ ରଞ୍ଜନ କୁମାର ଦାସ, ଗୀତାଞ୍ଜଳି ସେଠି, ସାରଙ୍ଗ ଧର ପ୍ରଧାନ ଓ ସତ୍ୟାନନ୍ଦ ମହାପାତ୍ର, ପୂର୍ବତନ ସରପଞ୍ଚ ରୁନୁ ଭୂୟାଁ, ସମିତି ସଭ୍ୟ ଉଦୟ ନାଥ ନାୟକ, ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ବାରିକ ଓ କୁଳମଣି ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଗୟାଧର ପରିଡାଓ ପ୍ରଦୀପ ରାଉତ ଙ୍କ ସମେତ ଶତାଧିକ ନେତା ଓ କର୍ମୀ ଯୋଗଦେଇଥିଲେ |
