ଜୁଣେଇଁ ଗ୍ରାମର ୭୦ ବର୍ଷୀୟ ବୃଦ୍ଧାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁଇ ଦୃବର୍ତ୍ତ, କୋଣାର୍କ ପୋଲିସର ତଦନ୍ତ ଆରମ୍ଭ।

କୋଣାର୍କ,୧୨l୮,,କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବେକରୁ ମଙ୍ଗଳବାର ସକାଳ ୬ଘ. ୪୦ ମିନିଟ ସମୟରେ ଦୁଇଜଣ ଦୃବର୍ତ୍ତ ସୁନା ଚେନ ଲୁଟ୍ କରିବା ନେଇ ବୃଦ୍ଧାଙ୍କ ପୁଅ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖବରରୁ ପ୍ରକାଶ ଯେ, କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ରାଧାମଣୀ ପାତ୍ର (୭୦) ବର୍ଷ ସକାଳ ସମୟରେ ଠାକୁର ପୂଜା ପାଇଁ ଫୁଲ ତୋଳି ଘରେ ରଖିବା ପରେ ଦାଣ୍ଡ ପିଣ୍ଡାରେ ବସିଥିଲେ। ଏହି ସମୟରେ ଦୁଇଜଣ ଅଜଣା ଯୁବକ ଏକ ନାଲି ରଙ୍ଗର ବାଇକରେ ଆସି ସଂପୃକ୍ତ ବୃଦ୍ଧା ଜଣଙ୍କୁ ବାବୁଲା ପାତ୍ରଙ୍କ ଘର କୋଉଠି ବୋଲି ପଚାରିବା ସହ ସଂପୃକ୍ତ ବୃଦ୍ଧା ଜଣଙ୍କ କିଛି କହିବା ପୂର୍ବରୁ ତାଙ୍କ ବେକରେ ଥିବା ସୁନା ଚେନ ଛିଣ୍ଡାଇ ଦ୍ରୁତଗତିରେ ଜୁଣେଇଁ ହାଟ ଅଭିମୁଖେ ଖସି ପଳାଇଯାଇଥିଲେ। ଦୃବର୍ତ୍ତ ମାନଙ୍କ ମଧ୍ୟରୁ ଜଣେ ହେଲମେଟ ପରିଧାନ କରିଥିବା ବେଳେ ଅନ୍ୟ ଜଣେ ହେଲମେଟ ପରିଧାନ କରି ନ ଥିବା ବୃଦ୍ଧା ରାଧାମଣୀ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ବୃଦ୍ଧା ରାଧାମଣୀ ପାଟି କରି ଡାକିବା ପରେ ପରିବାର ସଦସ୍ୟ ଓ ଗାଁ ଲୋକ ମାନେ ରୁଣ୍ଡ ହୋଇ ଦୁଇ ଦୃବର୍ତ୍ତଙ୍କୁ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କ ସନ୍ଧାନ ପାଇ ନ ଥିଲେ l ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ପୁଅ ପରେଶ ପାତ୍ର କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ କୋଣାର୍କ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *