ବିଜେପିର ହରଘର ତ୍ରିରଙ୍ଗା ଅଭିଯାନ, ଦୁଇଫାଳ
ବିଜେପିର ହରଘର ତ୍ରିରଙ୍ଗା ଅଭିଯାନ, ଦୁଇଫାଳ l
ଜଗତସିଂହପୁର ୧୩/୮ ଜଗତସିଂହପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ଜିଲ୍ଲା ବିଜେପି ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅଗଷ୍ଟ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ସମସ୍ତ ୪ଟି ଯାକ ନିର୍ବାଚନୀରେ ଥିବା ୨୯ଟି ମଣ୍ଡଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଜଗତସିଂହପୁର ନିର୍ବାଚନୀ ମଣ୍ଡଳୀର ସମସ୍ତ ମଣ୍ଡଳୀରେ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିବା ବେଳେଅନ୍ୟଗୋଟିଏ ଟିମ ଯଥା ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁନିସିପାଲିଟି ଅଫିସ ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା କରିଥିଲେ।
ଜଗତସିଂହପୁର ରେ ବି. ଜେ. ପି ତ୍ରିରଙ୍ଗା ଅଭିଯାନ ଦୁଇଫାଳ l
