ଦୁଇ ଭଉଣୀ ଙ୍କୁ କାଳିସୀ ବେତ ମାଡ ମାରିବା ଘଟଣାରେ ଜେଲ ଗଲେ ଚାରି ଅଭିଯୁକ୍ତ
ଧର୍ମଶାଳା – ଯାଜପୁର ଜିଲ୍ଲା ଜେନାପୁର ଥାନା ପନ୍ତୁରି ଗାଁ ରେ କାଳୀସି ମାଡ ମାରିବା ଘଟଣାରେ ଜେନାପୁର ପୋଲିସ ଦୁଇ ମହିଳା ଙ୍କ ସମେତ ଦୁଇ ଜଣ ପୁରୁଷ ଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଯୋଗ୍ୟ ଯେ ପନ୍ତୁରି ଗ୍ରାମର ପ୍ରଶାନ୍ତ ଲେଙ୍କା ଙ୍କ ଝିଅ ଦୂତି ଲେଙ୍କାଅସୁସ୍ଥ ଥିଲେ। ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଦେଖାଇବା ପରେ ଭଲ ନ ହେବାରୁ ନିଜ ଗାଁ ମଙ୍ଗଳା ମନ୍ଦିର କୁ ନେଇ ଅଧିଆ ପଡିଥିଲେ। ଏହି ସମୟରେ କୁଆଖିଆ ଥାନା ଆଦମପୁର ଗାଁର ତୁଳସୀ ମହାକୁଡ଼ ନାମକ ମହିଳା ଦୂତି ଓ ତାଙ୍କ ସାନ ଭଉଣୀ ଙ୍କୁ ବେତରେ ପିଟିବା ସହ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଥିଲେ। ଏହି ମାଡ଼ ମାରିବା ଭିଡିଓ ଭା ଇ ରାଲ ହେବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜେନାପୁର ପୋଲିସ ଖବର ପାଇ ଅଭିଯୁକ୍ତ ମହିଳା ସମେତ ଦୁଇ ଜଣ ଙ୍କୁ ଅଟକ ରଖିଥିଲା। ପୀଡିତା ନାବାଳିକା ଦୂତି ଙ୍କ ବାପା ପ୍ରଶାନ୍ତ ଲେଙ୍କା ଙ୍କ ଏତଲା କ୍ରମେପୋଲିସ ଏହି ଘଟଣା ରେ ମୋଟ ଚାରି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ସୁବାସ ଦେଉରି, ଗେଡି ଦେଉରୀ, ବ୍ରହ୍ମ ବରଦା ଅଞ୍ଚଳ ଚାରିଘରପୁର ଗାଁ ର ଅଭିମନ୍ୟୁ ଓଝା, ଆଦମପୁର ଗାଁ ର ତୁଳସୀ ମହାକୁଡ଼ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଜେନାପୁର ଥାନା 258/25 ରେ ଭାରତୀୟ ନ୍ୟାୟ ସଂହିତାରେ ବିଭିନ୍ନ ସଙ୍ଗୀନ ଦଫା ରୁଜ୍ଜୁ ହୋଇଛି।
