ବାଲିକପିଳେଶ୍ୱର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଗୋପ- ପୂରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାଲିକପିଳେଶ୍ୱର ମଣ୍ଡଳ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା ଘରଘର ତ୍ରିରଙ୍ଗା ବାର୍ତ୍ତା ନେଇ ଗୁରୁବାର ପୂର୍ବାହ୍ନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନଙ୍କ ନେତେତ୍ଵରେ ଆୟୋଜିତ ଏହି ଶୋଭାଯାତ୍ରାରେ ବନାଖଣ୍ଡି ପଞ୍ଚାୟତ, ଅଚ୍ୟୁତପୁର ପଞ୍ଚାୟତ, ସୂତନ ପଞ୍ଚାୟତ, ତରୋକର ପଞ୍ଚାୟତ ରୁ ୫୦୦ କର୍ମୀଙ୍କୁ ନେଇ ୪୦ ରୁ ଉର୍ଦ୍ଧ ଗ୍ରାମ ବୁଲିଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ବାଲି କପିଳେଶ୍ଵର ମଣ୍ଡଳ ସାଧାରଣ ସମ୍ପାଦକ ସତ୍ୟ ବରାଳ, ପ୍ରଦୀପ ସାହୁ, ଉପସଭାପତି ନିରଞ୍ଜନ ସ୍ଵାଇଁ, ବାନାଖଣ୍ଡି ପଞ୍ଚାୟତ ପ୍ରମୁଖ ଅଶୋକ କୁମାର ସ୍ଵାଇଁ, ସୁତନ ପଞ୍ଚାୟତ ପ୍ରମୁଖ ବିଜୟ ଦାସ, ତାରୋକର ପଞ୍ଚାୟତ ପ୍ରମୁଖ ଛବିନ୍ଦ୍ର ବେହେରା ଅଚ୍ୟୁତପୁର ପଞ୍ଚାୟତ ପ୍ରମୁଖ ମାନେ ଯୋଗ ଦେଇ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *