ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସରାବାଡି ମଣ୍ଡଳ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସରାବାଡି ମଣ୍ଡଳ ତରଫରୁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଟି ସାତଗୋଟି ପଞ୍ଚୟତ ନେଇ ହୋଇଥିଲା l କୁଲଙ୍ଗୀ କାଳୀ ମନ୍ଦିର ରୁ ପ୍ରଥମେ ଶୋଭାଯାତ୍ରା ଟି ବାହାରି ଲାଠିପୋଡ଼ା , ପାଲକାଟୁ ଗୋପାଳପୁର ଶାସନ ଦେଇ ସରାବାଡି ଗୁଣ୍ଡିରିବାତି ଚାକୁଣ୍ଡା ଖାରିଗୁଡା , କରଡ଼ା ବାଡି ତତାବାଲି ସୁରମଣି ଦେଇ ନୂଆଗଡ କନ୍ଧୁଣୀ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଶୋଭାଯାତ୍ରା ଟି ସମାପ୍ତ ହୋଇଥିଲା।ତେବେ ଏହି କାର୍ଯ୍ୟକ୍ରମରେ ସୋରଡ଼ା ସାଂସଦ ପ୍ରତିନିଧି ଶ୍ରୀ ସିମଞ୍ଚଳ ଅଧିକାରୀ ଉପସ୍ଥିତ ରହିବା ସହ ସରା ବାଡି ମଣ୍ଡଳ ସଭାପତି ନାରାୟଣ ଗୌଡ, ସାଧାରଣ ସମ୍ପାଦକ ସିମଞ୍ଚାଲ ତ୍ରିପାଠୀ ,ପୂର୍ବତନ ମଣ୍ଡଳ ସଭାପତି ଭଗବାନ ମୁନି , ବରିଷ୍ଟ ବିଜେପି ନେତା ବନମାଳୀ ସ୍ବାଇଁ ଉପସ୍ଥିତ ରହିଥିଲେ । ତା ସହ ବିଜେପି ର ଦେବଦୁଲଭ କର୍ମୀ ମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ଓ କାର୍ଯ୍ୟକ୍ରମ ଟି ଶାନ୍ତିଶୃଙ୍ଖଳା ର ସହ ଶେଷ ହୋଇଥିଲା l

Leave a Reply

Your email address will not be published. Required fields are marked *