ଜଗତସିଂହପୁର ଠାରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

Date-14/08/25*- ଜଗତସିଂହପୁର ଠାରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେଦ୍ର ଦାସ ଯୋଗଦେଇ ଏହି ତ୍ରିରଙ୍ଗା ଯାତ୍ରା କି ଉଦଘାଟନ କରିଥିଲେ । ସମସ୍ତ ଙ୍କ ମଧ୍ୟରେ ଦେଶ ପ୍ରେମ ତଥା ଜାତୀୟତା ଭାବ ଉଦ୍ରେକ କରାଇବା ଉଦ୍ଦେଶ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ବ୍ୟାପି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ଏହି ତ୍ରିରଙ୍ଗା ଯାତ୍ରା ଆମର ଏକତାର ଅନନ୍ୟ ପରିଚୟ । ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତି କୁ ଜାଗ୍ରତ କରାଇବା ସହ ସ୍ବାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନ ର ମୂଲ୍ୟବୋଧ କୁ ମନେ ପକାଇ ଦିଏ । ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ଛକ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ ସମସ୍ତ ଙ୍କ ମଧ୍ୟରେ ସାହସ, ବିରତ୍ୱ, ସତ୍ୟ, ଶାନ୍ତି, ଭାତୃତ୍ବ ଓ ପ୍ରଗତିର ପ୍ରତୀକ ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ଓ ଜନସାଧାରଣ ମାନେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *