ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଦେଶ ବନ୍ଦନା ଗାଇଲେ ୧୭୦ ବିଦ୍ୟାର୍ଥୀ

ପୁରୀ -୧୪/୦୮/୨୫। ୭୯ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ଏକ ଦେଶାତ୍ମବୋଧକ ସଂଗୀତ ଗାନ ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀର ୧୭୦ଜଣ ବିଦ୍ୟାର୍ଥୀ ଦେଶମାତୃକା ବନ୍ଦନା ଗାନ କରିଥିଲେ। ବରିଷ୍ଠ ସଂଗୀତଜ୍ଞ ବିଜୟକୁମାର ପଣ୍ଡା, ରମେଶ ସାହୁ, ଲିଙ୍ଗରାଜ କଳା ନିକେତନ ସମ୍ପାଦକ ଜଗନ୍ନାଥ ମିଶ୍ର, କଳା ଶିକ୍ଷୟିତ୍ରୀକୁନି ସାହୁ, ଲକ୍ଷ୍ମୀପ୍ରିୟା ଲେଙ୍କା, ପ୍ରିୟଙ୍କା ସ୍ୱାଇଁ, କଣ୍ଠଶିଳ୍ପୀ ପ୍ରୀତିଶା ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡା, ଲକ୍ଷ୍ମୀପ୍ରିୟା ବରାଳ ପ୍ରମୁଖ ବିଚାରକ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ। ବରିଷ୍ଠ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ, ବିଦ୍ୟାଳୟର ସମ୍ପାଦକ ମହେନ୍ଦ୍ର ବିଶୋଇ, ସହ ସମ୍ପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ଦେଈ,ପ୍ରାତଃ ବିଭାଗ ସଂଚାଳିକା ମମତା ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସବିତା ପରିଡା, ପ୍ରୀତି ପୁଷ୍ପିତା ମିଶ୍ର, ମମତା ନାୟକ ଗୋଲଡି ଭଞ୍ଜ, ରତ୍ନମଣି ଦଳାଇ, ସୁସ୍ମିତା ବାରିକ, ବିଷ୍ଣୁ ପ୍ରିୟା ମହାନ୍ତି, ବୀଣାପାଣି ପାଇକରାୟ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *