ଚିଲିକା ବାଲୁଗାଁ ବାଣପୁର ରେ ତ୍ରିରଙ୍ଗା ବାଇକ ରାଲି l
ଚିଲିକା, ବାଲୁଗାଁ (14/08)ହର ଘର ତ୍ରିରଙ୍ଗା, ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଚିଲିକା ଓ ବାଣପୁର ବ୍ଲକ ଅଞ୍ଚଳର ବହୁତ କର୍ମୀ ଙ୍କ ଶହ ଯୁବକ ମାନେ ଏକତ୍ରିତ l୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ଵାନକ୍ରମେ ଆଜି ଭାରତୀୟ ଜନତା ପାର୍ଟି ଚିଲିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପରିପ୍ରେକ୍ଷୀରେ ବାଲୁଗାଁ ସ୍ଥିତ ଉତ୍ତରାଣୟୀ ମନ୍ଦିର ଠାରୁ

ଐତିହାସିକ ବାଣପୁର ପଲଟଣ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ଲୋକ ପ୍ରତିନିଧି , ଦଳୀୟ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସହ ସାମିଲ ହେଲି।ତ୍ରିରଙ୍ଗା ଆମର ଗୌରବ, ତ୍ରିରଙ୍ଗା ଆମର ଅସ୍ମିତା, ତ୍ରିରଙ୍ଗା ଆମର ପରିଚୟ। ଆସନ୍ତୁ, ସମସ୍ତେ ଦେଶଭକ୍ତିର ଭାବନାରେ ହର ଘର ତୀରଙ୍ଗl ଅଭିଯାନରେ ଯୋଡି ହୋଇ ନିଜର ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ସଂହତି, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ରାଲି କରିଥିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଉକ୍ତ ବାଇକ ରାଲିରେ ଚିଲିକା ନିର୍ବାଚନ ମଣ୍ଡଳୀର ବହୁତ ଯୁବକ ସାମିଲ ହୋଇଥିଲେ l
