ବିଜେପି ର ମଣ୍ଡଳ ସ୍ତରୀୟ ହରଘରକି ତିରଙ୍ଗା ଶୋଭାଯାତ୍ରା
ବିଜେପି ର ମଣ୍ଡଳ ସ୍ତରୀୟ ହରଘରକି ତିରଙ୍ଗା ଶୋଭାଯାତ୍ରା।
ରଘୁନାଥପୁର ତା ୧୪/୮:-ପବିତ୍ର ସ୍ବାଧିନତା ଦିବସ ଅବସରରେ ରଘୁନାଥପୁର ବିଜେପି ମଣ୍ଡଳ ପକ୍ଷରୁ ହରଘରକି ତିରଙ୍ଗା ଶୋଭାଯାତ୍ରା ମଣ୍ଡଳ ସଭାପତି ସ୍ବରାଜ ସାମଲଙ୍କ ନେତୃତ୍ୱ ରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ରଘୁନାଥପୁର ବିଜେପି କାର୍ଯ୍ୟାଳୟ ରୁ ବାହାରି ସ୍ଥାନୀୟ ମଦନମୋହନ ମଠ ନିକଟରେ ପହଁଚିଥିଲା।ଏଥିରେ ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ରାଜକିଶୋର ବେହେରା ଯୋଗଦେଇ ହରଘରକି ତିରଙ୍ଗା ଶୋଭାଯାତ୍ରା ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ଯୁବନେତା ସରୋଜକାନ୍ତ ସ୍ବାଇଁ,୨ନଂ ଜୋନର ମଣ୍ଡଳ ସଭାପତି ବନଜ ନାୟକ,ମଣ୍ଡଳ ପ୍ରଭାରୀ ତରୁଣ କୁମାର ଦାସ,ମଣ୍ଡଳ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ରାଉତରାୟ,ଯୁବ ମୋର୍ଚ୍ଚ ସଭାପତି ମନୋଜ କୁମାର ସାହୁ,ଯୁବନେତା ପ୍ରକାଶ ଦଳାଇ,ଭଗବାନ ସ୍ବାଇଁ,ସରୋଜ ଦାସ, ଶେଷଦେବ ସେଠୀ, ଶିବପ୍ରସାଦ ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁପ୍ରଭାତ ସ୍ବାଇଁ,ମଧୁସ୍ମିତା ଭୋଇ,ପ୍ରିୟଙ୍କା ମହାପାତ୍ର, ସୁଭ୍ରଜିତ ସାହୁ ଙ୍କ ସମେତ ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବିଜେପି କର୍ମୀମାନେ ଯୋଗଦେଇଥିଲେ।
