ବ୍ରଜନଗର ଠାରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୯ ତମ ସ୍ୱାଧିନତା ଦିବସ ପାଳିତ।

ବ୍ରହ୍ମପୁର — ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରଜନଗର ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ କମିଟିର ବଶିଷ୍ଠ ସଦସ୍ୟା ତଥା ସମାଜସେବୀ ଶ୍ରୀମତୀ ପ୍ରତିଭା ଭୂୟାଁ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଶ୍ରୀମତୀ ଭୂୟାଁ କହିଥିଲେ ଯେ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ତେଣୁ ଆମେ ସମସ୍ତେ ଐକ୍ୟବଦ୍ଧ ହୋଇ କାର୍ଯ୍ଯ କରିବା ସହ ଆଜିର ଦିନର ମହତ୍ତ୍ଵ ଓ ଆମ ପୂର୍ବ ସୁରି ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ସ୍ମରଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି। ଏହି ଅବସରରେ ସମ୍ପାଦକ ଡ ଶିବ ପ୍ରାସାଦ ମିଶ୍ର ଓ ଉପଦେଷ୍ଟା ପ୍ରବୀଣ କୁମାର ପଟ୍ଟନାୟକ କହିଥିଲେ ଯେ ଅପରେସନ ସିନ୍ଦୂର ଦ୍ଵାରା ଭାରତ ସାରା ବିଶ୍ବରେ ନିଜର ଶକ୍ତି ଓ ପରାକାଷ୍ଠା ପ୍ରଦର୍ଶନ କରି ସାରା ବିଶ୍ଵର ନଜର ଭାରତ ପ୍ରତି ଟାଣିବାରେ ସଫଳ ହୋଇପାରିଛି। ଏହି ଶ୍ରେଷ୍ଠତା ଆହୁରି କିଭଳି ଅଧିକ ଜାଜ୍ଜୁଲ୍ୟମାନ ହୋଇ ବଜାୟ ରହିପାରିବ ଆମ ସମସ୍ତଙ୍କ ଦାୟିତ୍ୱ। କୋଷାଧକ୍ଷ ଏମ୍ ଲାବଣ୍ୟ ପାତ୍ରଙ୍କ ତତ୍ବାବଧନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସଂପାଦକ ଦିଗାମ୍ବର ସାମନ୍ତରାୟ , ସହ ସଙ୍ଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ଉପ ସଙ୍ଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ବି ଭି ସାଗର, ସଂଯୋଜାକ ସି ଏଚ୍ ରାମ କ୍ରିଷ୍ଣା ଦାସ, ସହ ସଂଯୋଜକ ଅନିଲ ଚୌଧୁରୀ, କାହୁଁ ଚରଣ ପତି,ସଙ୍ଗଠନ

ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସଂପାଦକ ଟି ସୁଦେଶ ପାତ୍ର,ଲକ୍ଷ୍ମୀକାନ୍ତ ଜେନା, ଟୁନା ସେଠୀ ଉପଦେଷ୍ଟା ସୁବାଷ ପାତ୍ର, ବିଷ୍ଟ୍ନୁ ସାହୁ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ସମିରା ପଟ୍ଟନାୟକ, ଜିତେନ୍ଦ୍ର ପ୍ରସାଦ ପାଢ଼ୀ, ପ୍ରମୋଦ ପଟ୍ଟନାୟକ , ଗଗନ ପାତ୍ର, ଟି ତାରେକେଶ୍ୱର ଦୋରା, ରାମା ରାଓ, ସରିତା ପଟ୍ଟନାୟକ, ଶିବାନୀ ପଟ୍ଟନାୟକ, ସ୍ନେହା ପାଣିଗ୍ରାହୀ, ପ୍ରିତମ ପାଢୀ, କତାୟନି ପଟ୍ଟନାୟକ , ବିନୋଦ ରାଉତ, ହରି ହର ନାୟକ, ଗରୀବ ବନ୍ଧୁ ପାଣିଗ୍ରାହୀ, ସୁଶାନ୍ତ ରଣା, ଋଷିଦେବ ସାହୁ, ସୁନିଲ ପାତ୍ର,ରାଜେନ୍ଦ୍ର କୁମାର ଜେନା , ଅର୍ଜୁନ ସାହୁ, ହରେକୃଷ୍ଣ ପାଣିଗ୍ରାହୀ, ପ୍ରବୀଣ ପାଢୀ , ସନ୍ତୋଷ ସାହୁ, ଲକ୍ଷ୍ମୀ ନାରାୟଣ ପାଢ଼ୀ , ସଙ୍ଗୀତା, ଛବି, ୟୁଆନ, ସଂଯୁକ୍ତା, ସଂସ୍କୃତି, ସ୍ମିତା ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ଥିଲେ। ଏଥି ସହ କୁନି କୁନି ପିଲାମାନେ ବକ୍ତୃତା ଦେବା ସହ ଦେଶାତ୍ମୋବୋଧକ ଗୀତ ଗାଇଥିଲେ। ପରିଶେଷରେ ଜଳପାନ ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *