ଚନ୍ଦ୍ରଭାଗା କୁ ହରାଇ ନାଗପୁର ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ 2025 ଚାମ୍ପିୟନ

ଚନ୍ଦ୍ରଭାଗା କୁ ହରାଇ ନାଗପୁର ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ 2025 ଚାମ୍ପିୟନ

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ, ଜନମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ସ୍ପୋର୍ଟି ର ମିଳିତ ସହଯୋଗ ରେ ବହୁ ପ୍ରତିକ୍ଷୀତ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ 2025 ଉଦଯାପିତ ହୋଇଯାଇଛି. ପ୍ରତିବର୍ଷ ଭଲି ଏହି ବର୍ଷ ରାଜ୍ୟର 4ରି ଗୋଟି ବଛା ବଛା ଦଳ କୁ ନେଇ ଏହି ଟୁର୍ନାମେଣ୍ଟ ଟି ଆୟୋଜନ କରାଯାଇଥିଲା. ଉଦଘାଟନୀ ସମାରୋହରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତରାୟ, ଯୁବ ସମାଜସେବୀ ବିଶ୍ୱଭୂଷଣ ଦାସ, ଯୁବ କାଉନସିଲର ସୌମ୍ୟ ରଞ୍ଜନ ସାହୁ ଓ ନିହାର ରଞ୍ଜନ ବେଉରା, ମାନ୍ୟବର ସଂସଦ ଙ୍କ ପ୍ରତିନିଧି ଶ୍ରୀ ମଙ୍ଗରାଜ ମୁଦୁଲି, ବିଧାୟକ ଙ୍କ ପ୍ରତିନିଧି ପ୍ରତାପ କୁମର ଗୋଛା୍ୟାତ, ଜବାହର ନବୋଦୟ ବିଦ୍ୟାଳୟ ର ଅଧକ୍ଷ ଡ. ବିଶ୍ୱନାଥ ଖିଲାର, ଚମ୍ପହାର ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଚିତ୍ର କୁମାର ଚୌଧୁରୀ, ରାମଚଣ୍ଡୀ ଅଗ୍ନିଶମ ତାଲିମ କେନ୍ଦ୍ର ର ଅଧକ୍ଷ ଶ୍ରୀ ରଙ୍ଗାଧର ଆଚାର୍ଯ୍ୟ, ଯୁବ ସମାଜସେବୀ ଶ୍ରୀ ଶତ୍ରୁଜିତ ନାୟକ ଉପସ୍ଥିତ ଥିଲେ. ଉଦଯାପନୀ ଉତ୍ସଵ ରେ ବହୁ ଆଡମ୍ବରରେ ବିଜେତା ଦଳକୁ 5000/- ପୁରସ୍କାର ରାଶି ସହ ଚମ୍ପିୟାନ ଟ୍ରଫି ଓ ଉପବିଜେତା ଦଳକୁ 3000/- ସହ ରନର-ଅପ ଟ୍ରଫି ଉପସ୍ଥିତ ଥିବା ଅତିଥି ମାନେ ପ୍ରଦାନ କରିଥିଲେ. ରେଫରୀ ଶ୍ରୀ ଟୁନା ମିଶ୍ର ଓ ଶ୍ରୀ ପ୍ରୟରଞ୍ଜନ ସାହୁ ଖେଳ ପରିଚାଳନା କରୁଥିଲେ. ଅତିଥି ମାନଙ୍କ ମଧ୍ୟରେ ଯୁବ ସମଜସେବୀ ରଂଜିତ ରାଉତରାୟ, ଯୁବ ସମାଜସେବୀ, ପଦ୍ମଲୋଚନ ବେହେରା, ଶତ୍ରୁଜିତ ନାୟକ, ରାମକୃଷ୍ଣ ମହାନ୍ତି, ସଂଗ୍ରାମ କେଶରୀ ସାହୁ, ଶିଶିର କୁମାର ସେଠ, ପ୍ରଶନ ମହାନ୍ତି, ସୁଜିତ ରାଉତରାୟ, ସ୍ୱାଧୀନ ନାୟକ, ବିପିନ ପରିଡା, ବିଶ୍ୱଜିତ ରାଉତରାୟ, ରମେଶ ସ୍ୱାଇଁ, ଗିରିଜା ବେଉରା, ଜିତେନ୍ଦ୍ର ଗୋଛାୟତ, ପିଙ୍କନ ପ୍ରସାଦ ଜେନା,ସୁଶାନ୍ତ ଶେଖର ପାଢ଼ୀ, ନୀଳମଣି ମହାନ୍ତି, ରଶ୍ମିରଂଜନ ବିଶ୍ୱାଳ, ସମ୍ପାଦକ ରମାକାନ୍ତ ଖଟୋଇ ଓ ସଭାପତି ଚନ୍ଦ୍ରଶେଖର ରାଉତରାୟ ଉପସ୍ଥିତ ରହି ସଫଳ ଭାବରେ ଟୁର୍ନାମେଣ୍ଟ ଉଦଯାପନ କରିଥିଲେ.

Leave a Reply

Your email address will not be published. Required fields are marked *