ଲୁଚିଗଲା ଦଶପଲ୍ଲା ଆଦର୍ଶ ବିଦ୍ଯାଳୟ ର ଆଦର୍ଶ ଶିକ୍ଷୟତ୍ରୀଙ୍କ ଦ୍ଵାରା ଛାତ୍ରୀଙ୍କୁ ମାଡ଼ମାରିବା ଘଟଣା

ଲୁଚିଗଲା ଦଶପଲ୍ଲା ଆଦର୍ଶ ବିଦ୍ଯାଳୟ ର ଆଦର୍ଶ ଶିକ୍ଷୟତ୍ରୀଙ୍କ ଦ୍ଵାରା ଛାତ୍ରୀଙ୍କୁ ମାଡ଼ମାରିବା ଘଟଣା ।
+++++++++++++++++++++++++++
ଦଶପଲ୍ଲା…ଦଶପଲ୍ଲାର ଦ୍ଵାର ଗାଁ ଛକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବହୁତ କିଛି ଆଦର୍ଶ ମୂଳକ କାର୍ଯ୍ୟ ଚାଲିଛି ଯାହାକି ଲୋକଲୋଚନକୁ କିମ୍ବା ଶିକ୍ଷାବିଦ୍ଭାଗର ଉପରିସ୍ଥ ସ୍ତର ପର୍ଯ୍ୟନ୍ତ ପହଞ୍ଝ ହୋଇପାରୁନି । ଶିକ୍ଷାବିଭାଗର କିଛି ଉପରିସ୍ଥ ଅଧୀକାରୀ ସବୁ କଥା ଜାଣିମଧ୍ୟ କାହିଁକି ଯେ ଅଧ୍ୟକ୍ଷ ଏବଂ ବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି, ତହା ଅନୁସନ୍ଧାନ ସାପେକ୍ଷ । ଆଦର୍ଶ ବିଦ୍ଯାଳୟ ର ଅଧ୍ୟକ୍ଷ ନିଜେ ନିଜ ପାରିବାରିକ ଆଦର୍ଶବୋଧକୁ ରକ୍ଷାକରି ନପାରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ରୁଗ୍ଣ ମାନସିକତାନେଇ କେମିତି ଯେ ଆଦର୍ଶ ଛାତ୍ରଛାତ୍ରୀ ଉତାରିବେ,ଏ ବଡ଼ ପ୍ରଶ୍ନବାଚୀ । ଅଧ୍ଯକ୍ଷ୍ଯଙ୍କ ଦ୍ଵାରା ଛାତ୍ରଛାତ୍ରଙ୍କୁ ଅନୈତିକ ଭାବେ ଧମକାଇବା, ସହ ଶିକ୍ଷକଙ୍କ ମଧ୍ୟରେ ବ୍ୟବହାରରେ ପାତରଅନ୍ତର କରିବା, କଳା ଶିକ୍ଷକଙ୍କ ହାତରୁ ଟିଫିନ୍‌ ଛଡ଼ାଇ ଫିଙ୍ଗିବା, ନିତ୍ୟ ଜୋତା ପିନ୍ଧି ବିନାଫୁଲ ରେ ଜାତୀୟପତାକାକୁ ଅସମ୍ମାନ କରିବା, ସହ ଶିକ୍ଷୟତ୍ରୀଙ୍କ ଦ୍ଵାରା ଛାତ୍ରୀଙ୍କୁ ଶତୃବୋଧଭଳି ମାଡ଼ ମାରି ଗାଲଫଟାଇବା, ବି.ଇ.ଓ.ଙ୍କ ସହିତ ସାଲିସ୍‌ କରି ଆଦର୍ଶ ବିଦ୍ଯାଳୟ ର ସରକାରୀ ଆଦର୍ଶ ନୀତିକୁ ନିଜ ଇଚ୍ଛ୍ଵାରେ ପରିଚାଳନା କରିବାର ସାହସ ଆଜିର ଡବଲ୍ ଈଂଜିନ୍‌ ସରକାରରେ, ଏଭଳି ଆଦର୍ଶ ଶିକ୍ଷାନୁଷ୍ଠାନରେ କିପରି ଏବଂ କେଉଁ ଉପରିସ୍ଥ ଦୈବବିଧାତାଙ୍କ ଛତ୍ରଛାୟାରେ ସମ୍ଭବ ହେଉଛି, ବିଚାରର ବିଷୟ । ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ସିଂହ ଙ୍କୁ ବହୁଚାପୁଡା ମାରି, ଗାଲଫଟାଇ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଅଧ୍ୟକ୍ଷଙ୍କ କୃପା ଦୃଷ୍ଟିରୁ ଆଦର୍ଶ ସୁରକ୍ଷା ବଳରେ ବଂଚି ଯାଇଥିବାବେଳେ, ସରକାରଙ୍କର ଏହି ଆଦର୍ଶ ବିଦ୍ଯାଳୟ ରୁ ଉନ୍ନିତ ଭବିଷ୍ଯତର ଭୋଟଦାତା ଦାତ୍ରୀ କି ଭଳି ଆଦର୍ଶ ସରକାର ଙ୍କୁ ବାଛିବେ,ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *