ଏକାଧିକ କାର୍ଯ୍ୟ ଦାୟିତ୍ୱ ଆଗରେ ହାର ମାନି ନାହାଁନ୍ତି ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀ

ଫୁଲବାଣୀ:-୧୬/୦୮ ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟକୁ ନେଇ କନ୍ଧମାଳ ଜିଲ୍ଲା ଗଠିତ l ଜିଲ୍ଲାର ବିକାଶ କ୍ଷେତ୍ରରେ ଶିକ୍ଷା ଗୁରୁତ୍ୱପୂର୍ଣ ନିଶ୍ଚିତ କହିଲେ ଅତ୍ୟୁକ୍ତି ହେବନାହିଁ l ସମସ୍ତେ ଜାଣିଛନ୍ତି ଯେଉଁଠି ଶିକ୍ଷା ନାହିଁ ସେହିଠି ବିକାଶ ନାହିଁ l ତେଣୁକରି କନ୍ଧମାଳ ଜିଲ୍ଲାକୁ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆ ଯିବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ପୂର୍ବରୁ ଦାବି କରିଥିଲେ l ବିଶେଷ କରି ଜିଲ୍ଲାର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଉପରେ ଅଧିକ ଅଗ୍ରଗତି ପାଇଁ ଜିଲ୍ଲାର ବିଭିନ୍ନ ସଙ୍ଘଠନ ପକ୍ଷରୁ ବିଇଡି ଓ ସିଟି ଶିକ୍ଷା ଅନୁଷ୍ଠାନ ଖୋଲିବାକୁ ସରକାରଙ୍କ ନିକଟରେ ଦାବି କରାଯାଇ ବିଇଡି ଓ ସିଟି ଶିକ୍ଷା ଅନୁଷ୍ଠାନ ମଧ୍ୟ ଖୋଲା ଯାଇଛି l ସେହିଭଳି ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଉନ୍ନତ ମାନର ବିଦ୍ୟାଳୟ ଗୃହମଧ୍ୟ ନିର୍ମାଣ ହୋଇଛି ହେଲେ ଦୁଃଖର କଥା ଶିକ୍ଷକ ଶିକ୍ଷୟତ୍ରୀ ବିଭାଗର କର୍ମଚାରୀ ଅଧିକାରୀ ଙ୍କ ଘୋର ଅଭାବ ଯୋଗୁଁ ଜିଲ୍ଲାରେ ଶିକ୍ଷାର ବିକାଶ ଭୁଶୁଡି ପଡ଼ିଥିବା ସଦୃଶ୍ୟ ହୋଇଛି l ଅନେକ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ଏକାଧିକ ଦାୟିତ୍ୱ ତୁଲାଇବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ଫଳରେ ବାଧ୍ୟ ହୋଇ କର୍ମଚାରୀ ଅଧିକାରୀ ଦାୟିତ୍ୱ ପରିଚାଳନା କରୁଥିବା ଖବର ରୁ ଜଣାପଡ଼ିଛି l ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ l ଖବରୁ ଜଣାପଡିଛି ଯେ ଖଜୁରୀପଡ଼ା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟରେ ୭ ଶହ ୨୬ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବାକଥା ବର୍ତମାନ ୯ ଜଣ ମାତ୍ର ଅଛନ୍ତି l ସେହିଭଳି ଏଠାରେ ଦାୟିତ୍ୱରେ ଥିବା ପ୍ରଧାନ ଶିକକ୍ଷକଙ୍କ ପ୍ରମୋସନ ହେବାରୁ ସେ ଅନ୍ୟତ୍ର ଗଲା ପରେ ବିଭାଗ ପକ୍ଷରୁ ୩ ମାସ ପାଖାପାଖି ହେଲାଣି ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ ଙ୍କୁ ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦେଶ ଦିଆଯାଇଛି l ପୁଣି ଟିକାବାଲି ବ୍ଲକ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ହେଲେ ଏଭଳି କ୍ଷେତ୍ରରେ ଜଣେ ବ୍ଲକ ଶିକ୍ଷା ଅଧିକାରୀ ଏକାଧିକ ଦାୟିତ୍ୱରେ ରହି କେତେ କଷ୍ଟରେ ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଥିବେ ଏଥିରୁ ନିଶ୍ଚିତ ଭାବେ ଅନୁମେୟ କରି ପାରୁଥିବେ l ତଥାପି ଦାୟିତ୍ୱ ତୁଲାଇବାରେ ହାର ମାନି ନାହାନ୍ତି କି ପଛଘୁଞ୍ଚା ଦେଇ ନାହାଁନ୍ତି ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ ସୂଚାରୁ ରୂପେ ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳିଛି l ନିଜ କାର୍ଯ୍ୟାଳୟ ଦାୟିତ୍ୱ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଏବଂ ଟିକାବାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱ ତୁଲାଇବାରେ ବର୍ତ୍ତମାନ ସୁଧା କୌଣସି ତ୍ରୁଟିପୂର୍ଣ ଦେଖା ଯାଇନଥିବା ଜଣାପଡ଼ିଛି l କିନ୍ତୁ ଏଭଳି ହେବାଦ୍ବାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ହେଉ କିମ୍ବା ଶିକ୍ଷାର ବିକାଶରେ କ୍ଷେତ୍ରରେ ବାଧାପ୍ରାପ୍ତ ଦେଖା ଯାଉଥିବା ଅଭିଭାବକ ମହଲରେ ପ୍ରଶ୍ନ ଉଠୁଛି l

ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ଅଗ୍ରଗତିରେ ଆଶଙ୍କା ଦେଖା ଦେଉଛି ବୋଲି ଅଭିଭାକ ମାନେ ପ୍ରଶ୍ନ ଉଠାଇଛନ୍ତି l ଏନେଇ ଭାରତୀୟ ଜନତl ଦଳର ଅନୁସୂଚିତ ଜନଜାତି ମୁର୍ଚ୍ଛା ଜିଲ୍ଲା ଉପ ସଭାପତି ସୁବାସ ଯାନୀ ଙ୍କ ନେତୃତ୍ୱରେ ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟରେ ଯଥାଶୀଘ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ କୁମାର ଦିଗାଲ ଙ୍କ ନିକଟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି l ତଥାପି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ନଦେଇ ଓଲଟା ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଟିକାବାଲି ବ୍ଲକ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ୱ l ଏଥିରୁ ଅନୁମାନ କରି ପାରୁଥିବେ ଶିକ୍ଷା ବିଭାଗର ଗତିବିଧି କିପରି ଚାଲିଥିବ l ଅନ୍ୟ ପକ୍ଷରେ ପ୍ରତି ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଠାରୁ ଆରମ୍ଭ କରି ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକଙ୍କ ମୁଖ୍ୟ ଭୂମିକା ରହିଛି l ଜଣେ ବ୍ଲକ ଶିକ୍ଷା ଅଧିକାରୀ ନିଜର କାର୍ଯ୍ୟାଳୟର ଦାୟିତ୍ୱ ପରିଚାଳନା କରିବା ସହିତ ଗୋଟିଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇ ମଧ୍ୟ ତାଙ୍କ ଉପରେ ପୁଣି ଅନ୍ୟଏକ ବ୍ଲକର ଶିକ୍ଷା ଅଧିକାରୀ ଦାୟିତ୍ୱ ଲଦି ଦିଆଯାଇଥିଲେ ମଧ୍ୟ ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦିଗାଲ କଷ୍ଟ ସମ୍ଭାଳି ପରିଚାଳନା କରୁଛନ୍ତି ଧନ୍ୟବାଦର ପାତ୍ର କହିଲେ ଅତ୍ୟୁକି ହେବନାହିଁ ବୋଲି ବିଭିନ୍ନ ମହାଲରେ ଚର୍ଚ୍ଚା ଚାଲିଥିବା ବେଳେ ଯଥାଶୀଘ୍ର ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯିବ ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ପକ୍ଷରୁ ଦାବି ହେଉଛି l

Leave a Reply

Your email address will not be published. Required fields are marked *