ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ
ରାୟଗଡ଼ା-୨୦/୮-ବୁଧବାରଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସଙ୍କ ତିନିଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ଓ ସମୀକ୍ଷା କରିଛନ୍ତି l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଷେକ ଦିଲ୍ଲୀପଙ୍କ ଉପସ୍ଥିତରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ l ଏହି ସମୀକ୍ଷା ବୈଠକରେ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗ୍ରାମୀୟ ନିର୍ମାଣ ବିଭାଗ ଦ୍ୱାରା କରାଯାଉଥିବା ସେତୁବନ୍ଧୁ ଯୋଜନା,ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା, ପୋଷଣ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ ଶ୍ରୀ ବିଦ୍ୟାଳୟ,ଜିଲ୍ଲା ମଙ୍ଗଳ ବିଭାଗର ହଷ୍ଟେଲ ସମସ୍ୟା,ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଜନଜାତିଙ୍କ ବିକାଶ ଯୋଜନା, ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶାସକ୍ତିକରଣ ବିଭାଗର , ଶକ୍ତି ବିଭାଗର ଗ୍ରାମୀଣ ବିଦ୍ୟୁତ କରଣ, ଯୋଗାଣ ବିଭାଗର ଧାନ ସଂଗ୍ରହ ପାଇଁ ଲକ୍ଷ ଧର୍ଯ୍ୟ, ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ, ପଂଚାୟତରାଜ ଓ ଗ୍ରାମୀୟ ଜଳଯୋଗାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଆଦିର ଅଗ୍ରଗତି ଓ ସମସ୍ୟା ଉପରେ ସମୀକ୍ଷା କରିଥିଲେ ରାୟଗଡ଼ା-୨୦/୮-ବୁଧବାର ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ ରାୟଗଡ଼ା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ପିଲା ଙ୍କ ସହ କଥା ବାର୍ତ୍ତା କରିଥିଲେ ଏବଂ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କୁ ନିଯୁକ୍ତି ପାଇଲା ପରେ ପିଲା ଙ୍କ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ଗୁଣୁପୁର ଓ ପଦ୍ମପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ବିଶେଷ କରି ଗୁଣୁପୁର ଉପଖଣ୍ଡ ଚିକତ୍ସାଳୟ, ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାର ବିଭିନ୍ନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟ, ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ତା,ମଧ୍ୟାହ୍ନ ଭୋଜନ, ହଷ୍ଟେଲ ସୁପରିଚାଳନା, ଅଙ୍ଗନବାଡି କେନ୍ଦ୍ରର ଶିଶୁ ପୋଷଣ,ଅମୃତ ସରବର, ଆକାଂକ୍ଷା ହାଟ,ପିସି କଲଚର ଓ ସୁଭଦ୍ରା ଯୋଜନା ଉପରେ ଅନୁଧ୍ୟାନ କରିଥିଲେ l ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ କଥା ବାର୍ତ୍ତା ହେବା ସହ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବା ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହା ପରେ କୁଲି ପଞ୍ଚାୟତ ର ଖମ୍ବେଶି ଗ୍ରାମ କୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମ ଘର ଗୁଡ଼ିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ l ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହା ପରେ ରାୟଗଡ଼ା ସଦର ବ୍ଲକ କୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ l
