ଦାବି ପତ୍ର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା

ଭାରତୀୟ ମଜଦୂର ସଂଘର ଅନୁଗତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ରାଜ୍ୟ ସ୍ତରର ନିଷ୍ପତ୍ତିକୁ ଅନୁଗତ କରି ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଏହାର ଅଂଶରୂପ ଭଦ୍ରକ ଜିଲ୍ଲା ସଭାନେତ୍ରୀ ସୁନିତା ମହାପାତ୍ର ଓ ସମ୍ପାଦିକା ମମତା ରାଣୀ ସାହୁ ଙ୍କ ନେତୃତ୍ୱରେ ଗାନ୍ଧୀ ପଡିଆପ୍ରାଙ୍ଗଣରୁ ପଦଯାତ୍ରା ଆୟୋଜନ କରାଯାଇଥିଲା। ପରେ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ, ଡେପୁଟି କଲେକ୍ଟର ଦାବି ପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ମୁଖ୍ୟ ଅତିଥି, ତଥା ଜିଲ୍ଲା ସମ୍ପାଦକ । ନେତ୍ରୀ ମାନେ କହିଥିଲେ, ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର କମାଇବାରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଭୂମିକା ଅସାଧାରଣ। ସେହିପରି ସରକାରୀ ଯୋଜନା ସଫଳ କରିବାରେ ସେମାନେ ଦିନରାତି କଷ୍ଟ କରୁଛନ୍ତି। ତଥାପି ଦୀର୍ଘଦିନ ଧରି ସେମାନଙ୍କ ଦାବିଗୁଡ଼ିକୁ ଅବହେଳା କରାଯାଉଛି। ସରକାର ଯଦି ତୁରନ୍ତ ସମାଧାନ ନ କଲେ, ତେବେ ଭାରତୀୟ ମଜଦୂର ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲ। ପରିଚାଳନା କମିଟିର ମୁଖ୍ୟ କହିଥିଲେ କରିଥିଲେ।ଦାବି ଗୁଡିକ ମଧ୍ୟରେ
୧ – ପୋଷଣ ଟ୍ରାକରରେ FRS ସମୟରେ ହେଉଥିବା (କ) Network Problem (ଖ୍) Highscale Verson କାର୍ଯ୍ୟ କରିବାକୁ ଉନ୍ନତମାନର ମୋବାଇଲ ଅଭାବ (ଗ) ଆଧାର ସହିତ ମୋବାଇଲ ଲିଙ୍କ ନଥିବା (ଘ) Network problem ଯୋଗୁଁ ହିତାଧିକାରୀ ମକନ୍ଦ୍ରରୁବାରମ୍ୱାର ଫେରିବା (ଙ) Photo Mismatch ହେବା ଇତ୍ୟାଦି | ଏଣୁ ଉନ୍ନତମାନର mobile ସହିତ

ଉନ୍ନତମାନର Network ଏବଂ Wifi ର ବ୍ୟସ୍ଥା କରିବା, ତିନିମାସମର Recharge ବାବଦକୁ ନଅ ଶହ ଟଙ୍କା ଯୋଗାଇବା

ସହିତ ଛଅ ମାସକୁ ଥରେ Face Capture କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁମରାଧ।

୨- ମୋବାଇଲ ଦ୍ବାରା ଅନଲାଇନ କରାଯାଉଥିବା କାର୍ଯ୍ୟକୁ ପୁଣି ଥରେ ଅପଲାଇନରେ ଭିନ୍ନ ଭିନ୍ନ ରେକଡ୍ ରେଜିଷ୍ଟର ପୂରଣ କରିବା ଯୋଗୁଁ ଅଙ୍ଗନୱାଡି କର୍ମୀଙ୍କୁ ଅଯଥା ଦୁଇ ଗଣିତ କାର୍ଯ୍ୟରେ ଚାପଗ୍ରସ୍ଥ ହେବାକୁ ପଡୁଛି ।

ଏଣୁ ଅନଲାଇନରେ ହେଉଥିବା

କାର୍ଯ୍ୟକୁ ପୁନର୍ବାର ଅପଲାଇନରେ କରିବା ବନ୍ଦ କରାଯାଉ।

୩ – ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ MSPY ଯୋଜନାରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥରାଶି Joint A/C ରେ ପୂର୍ବରୁ ଜମା କରାଯାଉ ।ସିଝା ଅଣ୍ଡା ନିମନ୍ତେ ଜାଳେଣି କେଉଁ ଅର୍ଥ ରୁ ଖର୍ଚ ହେବ ତାହା ସ୍ପଷ୍ଟ କରିବା ପାଇଁ ବିଭାଗ କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ
୪ . ପ୍ତତି ବ୍ଳକ ଏବଂ ଜିଲାରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ
୫. ହିତାଧିକାରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀ ଉନ୍ନତ ମାନର ଯୋଗାଇ ଦେବାକୁ ଅନୁରୋଧ
୬. ଅଙ୍ଗନୱାଡି ନିଜସ୍ଵ ଗୃହ ନିର୍ମାଣ ରେ ପୂର୍ବଭଳି ନିର୍ମାଣ ନକରି ଉନ୍ନତ ମାନର କେନ୍ଦ୍ର ତିଆରି କରିବା ସହିତ ପ୍ରତି କେନ୍ଦ୍ରକୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ।
୭. କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୂଯୋଗ ଦିଆଯାଉ

  1. ଅବସରପ୍ରାପ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନିମନ୍ତେ Disengage Word କୁ ଉଛେଦ କରି Retirement Word ବ୍ୟବହାର କରାଯାଉ ଏବଂ ଅବସରକାଳୀନ ସହାୟତା ରାଶି ୨ ମାସ ମଧ୍ୟରେ ପ୍ରଦାନ କରାଯାଉ
  2. ନିର୍ବାଚନ ଇସ୍ତାହାରକୁ ତୁରନ୍ତ ଲାଗୁ କରି କର୍ମୀ ଓ ସହାୟିକାଙ୍କ ମନୋବଳ ବଢ଼ାଇବା ସହିତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଉ ତଥା New Education Policy ରେ ଯୋଗ୍ୟତା ଭିତ୍ତିରେ ଅଙ୍ଗନୱାଡି କର୍ମୀଙ୍କୁ ସୂଯୋଗ ଦେବାକୁ ଅନୁରୋଧ

Leave a Reply

Your email address will not be published. Required fields are marked *