ଦେଶାତ୍ମବୋଧକ କାର୍ଯ୍ୟକ୍ରମ ‘ବନ୍ଦେ ମାତରଂ’

ଦେଶାତ୍ମବୋଧକ କାର୍ଯ୍ୟକ୍ରମ ‘ବନ୍ଦେ ମାତରଂ’ ମନ୍ ମୋହିଲା
ବ୍ରହ୍ମପୁର (ନାରାୟଣ ମହାଙ୍କୁଡ଼ ରିପୋର୍ଟ)ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଗଞ୍ଜାମ କଳା ପରିଷଦରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ବନ୍ଦେ ମାତରଂ ‘ ଆୟୋଜିତ ହୋଇସାରିଛି l ଏହି କାର୍ଯ୍ୟକ୍ରମ ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁରରେ ଆୟୋଜନ ହୋଇ ଆସୁଅଛି l ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ସାଂସ୍କୃତିକ ଅନୁଷ୍ଠାନରୁ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ଦଳଗତ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରକୁ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଦେଶ ପାଇଁ ସହିଦ ହୋଇଥିବା ଯୋଦ୍ଧା ମାନଙ୍କୁ ମାନେ ପକାଇଥିବା ବେଳେ ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ସୀମାନ୍ତ ଅଂଚଳରେ ଥିବା ସିପାହୀଙ୍କ ସାହାସିକତା ଉପରେ ଆଲୋଚନା କରିଥିଲେ l ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳିଚରଣ ସାହୁ, ଗଞ୍ଜାମ କଳାପରିଷର ଉପସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଏବଂ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା କେ. ରା଼ଜ କୁମାର ସେନାପତି, ଅକ୍ଷୟେନ୍ଦୁ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଅଭିନୟ ଜଗତର ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳକ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ଉଷାରଣୀ ମହାପାତ୍ର ଏବଂ ଜ଼ିଲ୍ଲା ଖବରର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର ସାହୁ, ଡ ସରୋଜ କୁମାର ଦାଶ, ସାର୍ଥକ ପାଢ଼ୀ, ଅନନ୍ୟା ପାଢ଼ୀ, ସୌରଭ ବେହେରା ପ୍ରମୁଖ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ l ଇ ମନୋଜ ଦଣ୍ଡପାଟ, ସରୋଜ କୁମାର ପଣ୍ଡା, ଇନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ମଂଚାସୀନ ଥିଲେ ଏବଂ ସନ୍ତୋଷ ତ୍ରିପାଠୀ, ତ୍ରିପତି ନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ହରେକୃଷ୍ଣ ମଲ୍ଲିକ, ସନ୍ତୋଷ କୁମାର ଜେନା, ରା଼ଜ କୁମାର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l

Leave a Reply

Your email address will not be published. Required fields are marked *