ଅଗ୍ର ପୂଜ୍ୟ ଗଣନାଥ ପାର୍ବତୀ ନନ୍ଦନ
ଅଗ୍ର ପୂଜ୍ୟ ଗଣନାଥ ପାର୍ବତୀ ନନ୍ଦନ –
ପ୍ରକୃତି ବନ୍ଧୁ ହରିହର ସାହୁ –
ଅଗ୍ର ପୂଜ୍ୟ ଗଣନାଥ ପାର୍ବତୀ ନନ୍ଦନ
ବିଘ୍ନ ବିନାଶନ ପ୍ରଭୁ ତୁମେ ଗଜାନନ।
ଗଣପତି ହୋଇ ଅଗ୍ରପୂଜ୍ୟ ହେ ଗଜାନନ
ରାଶି ଲଡୁ ପ୍ରିୟ ତୁମ
ମୂଷିକ ବାହାନ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତୁମ ପ୍ରିୟ ଦିନ
ପୂଜା ପାଅ ହେ ଗଣେଶ ପାର୍ବତୀ ନନ୍ଦନ।
କଳସ ସ୍ଥାପନ ତୁମ ପାଇଁ ଅଟେ ଜାଣ
ଅଗ୍ର ପୂଜ୍ୟ ଗଜାନନ ପାର୍ବତୀ ନନ୍ଦନ।
ମାତୃ ଆଦେଶ ରେ ତୁମେ ଗୁମ୍ଫା ଆଗେ ରହି
ମହାଦେବ ଙ୍କୁ ନ ଛାଡ଼ି
ଯୁଦ୍ଧ କଲ ତହିଁ।
ଦେବ ଦେବ ମହାଦେବ ଅତି କୋପ ହୋଇ
ମସ୍ତକ ଛେଦନ କଲେ ଅତି
କ୍ରୋଧ ହୋଇ
ପାର୍ବତୀଙ୍କ ଦୁଃଖ ଦେଖି ପ୍ରଭୁ ମହାଦେବ
ହସ୍ତି ଶାବକ ମସ୍ତକ ଯୋଡ଼ି ଲେ ଦୁର୍ଲଭ।
ଦୋଷ ଥିଲେ କ୍ଷମା କର ପ୍ରଭୁ ଗଜାନନ
ଦୟା କର ପ୍ରଭୁ ମୋତେ ଅଙ୍କିତ ଜୀବନ।
( ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
