ରାସ୍ତାର ଅବ୍ୟବସ୍ଥା ପାଇଁ କତୃପକ୍ଷ କୁ ଭେଟିଲେ ପାରିଷଦ

*ରାସ୍ତାର ଅବ୍ୟବସ୍ଥା ପାଇଁ କତୃପକ୍ଷ କୁ ଭେଟିଲେ ପାରିଷଦ*ବ୍ୟାସନଗର ପୌର ପରିଷଦର ଧବଳଗିରି ବଜାର ଠାରୁ ଓ.ଏମ୍.ସି. ମଣି ଛକ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ରାସ୍ତାର ଅବ୍ୟବସ୍ଥା ଅତ୍ୟନ୍ତ ବିପଦ ପୂର୍ଣ୍ଣ ହୋଇ ପଡ଼ିଛି I ଏହି ରାସ୍ତା ଦେଇ ଓ.ଏମ୍.ସି ର ଭାରିଯାନ ଚଳ ପ୍ରଚଳ କରୁଛି l ଯାହା ପାଇଁ ରାସ୍ତାର ଅବସ୍ଥା ଆତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଛି l ଫଳରେ ପିଲାମାନେ ସ୍କୁଲ୍ କଲେଜ୍ କୁ ଯିବାବେଳେ ଅସୁବିଧା ହେଇଛି ସେହିପରି ଅଫିସ୍ ଓ ବ୍ୟବସାୟ ବାଣିଜ୍ୟ ପାଇଁ ଲୋକେ ଯିବା ଆସିବା କଲା ବେଳେ ଖାଲ ପୂର୍ଣ୍ଣ ଜଳରେ ଗାଡ଼ି ମୋଟର ବୁଡ଼ି ରହୁଛି l ଯଦିଓ ଏହି ରାସ୍ତା ବ୍ୟାସନଗର ପୌର ପରିଷଦରେ ଯାଉଛି, ଏହା ପୂର୍ତ୍ତ ବିଭାଗ ଅଧିନରେ ରହିଛି I ଯାହାକୁ ଫେରୋକ୍ରୋମ କାରଖାନା ନିଜର ପାରି ପାର୍ଶିକ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରି ମରାମତି କରି ଆସୁଛି, ମାତ୍ର ଏହାକୁ ଓ.ଏମ୍.ସି ନେବା ପରେ ଏହି ରାସ୍ତାକୁ ମରାମତି କରିବା ପାଇଁ କୁଣ୍ଠା ବୋଧ ପ୍ରକାଶ କରୁଛି, ଯାହାକୁ ନେଇ ସ୍ଥାନୀୟ ୱାର୍ଡ଼ର ଜନ ପ୍ରତିନିଧି ଓ.ଏମ୍.ସି କୁ କାଳ କ୍ଷେପଣ ନୀତିରେ ଅତିଷ୍ଟ ହୋଇ ଏକ ଲିଖିତ ଅଭିଯୋଗ ଉପରିସ୍ଥ ଅଧିକାରୀଙ୍କୁ ଦେଇ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି I ଅଭିଯୋଗ ପାଇବା ମାତ୍ରେକେ ଓ.ଏମ୍.ସି କତୃପକ୍ଷ ଜନ ପ୍ରତିନିଧିଙ୍କ ସହ ତୁରନ୍ତ ସ୍ଥାନ ପରିଦର୍ଶନ କରି ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *