ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଁଦିଆ ଶାଖା ର ବର୍ଷା କାଳୀନ ବୈଠକ –
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ଶ୍ରେଣୀ କକ୍ଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଁଦିଆ ଶାଖା ର ବର୍ଷା କାଳୀନ ବୈଠକ ଓ କବିତା ଆସର ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ରେ ଅଗଷ୍ଟ ମାସ ଚବିଶି ତାରିଖ ରବିବାର ଦିନ ସକାଳ ସାଢେ଼ ନଅଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ପୂର୍ବତନ ରାଜ୍ଯ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲାର ସମ୍ପାଦକ କବି ବାହାଦୂର ପାଟଶାହାଣୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରଫେସର ଡ଼ଃ ପ୍ରମୋଦ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଗଁଦିଆ ବ୍ଳକ ଶାଖା ର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଭାପତି ତଥା ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ର ପ୍ରାଣ ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ର ଉପ ସଭାପତି ପ୍ରଭାତୀ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ଖଟୁଆ ସାହିତ୍ୟ ସମାଜ ହିତରେ ସମର୍ପିତ ବୋଲି ମତବ୍ୟକ୍ତ କରିବା ସହିତ ସମାଜ ସେବାରେ ସାହିତ୍ୟ ର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ କବି ବିଦ୍ୟାଧର ଖଟୁଆ, ରାଜୀବ ଷଡ଼ଙ୍ଗୀ,ରଘୁ ସାହୁ ଙ୍କୁ ସେମାନଙ୍କ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାଜ ସେବୀ, ଡମ୍ବରୁଧର ସେଠୀ, ବିଦ୍ୟାଧର ସାହୁ, ସଲିଳ କୁମାର ବେହେରା ଙ୍କ ସହିତ ଅନେକ ସାହିତ୍ୟିକ ସଭାର ବକ୍ତବ୍ୟ ରଖିଥିଲେ। ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ର ଗ୍ରନ୍ଥାଗାରିକ ଅମର କୁମାର ପ୍ରଧାନ, କାର୍ଯ୍ୟାଳୟ ସହାୟକ ବିଶ୍ବ ଭୂଷଣ ମହାନ୍ତି ଙ୍କ ସକ୍ରିୟ ସହଯୋଗ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି କବିତା ଆସର ର କବି ହରିହର ସାହୁ, ବାହାଦୂର ପାଟଶାହାଣୀ, ଡଃ ସମୀର କୁମାର ସାହୁ, ଡଃ ପ୍ରମୋଦ କୁମାର ନାୟକ, ମଧୁସୂଦନ ବେହେରା ,ଶ୍ଯାମ ସୁନ୍ଦର ସ୍ବାଇଁ, ନିବେଦିତା ରଥ, ପ୍ରଭାତୀ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ନାୟକ, ସାବିତ୍ରୀ ସାହୁ, ସଂଯୁକ୍ତା ଶରଣ, ସୁରେନ୍ଦ୍ର କୁମାର ପୃଷ୍ଟି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ସ୍ବରଚିତ କବିତା ପାଠ କରିଥିଲେ। କବୟିତ୍ରୀ ସଂଯୁକ୍ତା ଶରଣ , ନିବେଦିତା ରଥ ସଂଯୋଜନା କରିଥିଲେ। ଡ଼ଃ ସମୀର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ପ୍ରମୋଦ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।
