ନାଗସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କୋଣାର୍କ – କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ନୂଆଗାଁ ଗ୍ରାମର ଜଣେ ଅସହାୟ ମହିଳାଙ୍କ ନାଗସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ନିଜ ଚାଳ ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା। ତାଙ୍କ ମୁଣ୍ଡ ବୁଲାଇବାରୁ ସେ ପରିବାର ଲୋକଙ୍କୁ ସାପ କମୁଡ଼ିଥିବା କହିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ବାଙ୍ଗୁରୀଗାଁ ମେଡିକାଲକୁ ନେଇଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ନୂଆଗାଁ ଗ୍ରାମର ସନ୍ଧ୍ୟାରାଣୀ କାଣ୍ଡି(୫୯)। ସେ ଜଣେ ଅସହାୟ ଓ ଗରିବ ପରିବାରର ଥିଲେ। ବିବାହ ପରେ ଦୀର୍ଘ ବର୍ଷ ତଳୁ ତାଙ୍କ ସ୍ବାମୀ ଛାଡ଼ି ଦେଇଥିଲେ। ସେ ତାଙ୍କ ବାପ ଘର ନିଜ ଭାଈ ଓ ପୁତୁରା ମାନଙ୍କ ପାଖରେ ରହି ଆସୁଥିଲେ। ଗରିବ ଓ ଅସହାୟ ପରିବାର ହୋଇଥିବାରୁ ତାଙ୍କର ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *