ଅଜଣା ଗାଡି ଧକ୍କାରେ ପୁଲିସ ଏଏସଆଇ ଙ୍କର ମୃତ୍ୟୁ
କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତ ର ଭାଲୁମୁଣ୍ଡା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଏଏସଆଇଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପତବେଡା ଗ୍ରାମର ମାନସ ସିଂ ଏଏସଆଇ ଭାବେ ଅନୁଗୋଳ ସଦର ଥାନାରେ କାର୍ଯ୍ୟ କରୁଥିଲେ l ଶନିବାର ସନ୍ଧ୍ୟାରେ ମାନସ (୩୭)ନିଜ ବାଇକ ରେ ଘରକୁ ଫେରୁଥିଲେ l ଫେରିବା ସମୟରେ ଜିରିଡାମାଳୀ କଙ୍କଡାହାଡ଼ ରାସ୍ତାର ଭାଲୁମୁଣ୍ଡାଠାରେ ଏକ ଅଜଣା ଗାଡି ଧକ୍କାରେ ମନସଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l
