ବିଭାଗ ଓ ସମ୍ଭାଗ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳାରେ କନ୍ଧମାଳ ସାଂସଦ ।

କନ୍ଧମାଳ, ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଭାଗ ଓ ସମ୍ଭାଗ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାର ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ,ଦୀପକ କୁମାର ମହାରଣା, ସଂକୁଳ ସଂଯୋଜକ ରାଜେନ୍ଦ୍ର କୁମାର ପାଢ଼ୀ, ଉକ୍ତ ବିଦ୍ୟାଳୟ କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି.ଶିବଶଙ୍କର ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର। ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ । ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଞ୍ଚାଇବା ଆମ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ l ଏଥି ସହିତ ବିଜ୍ଞାନ ଏବଂ କାରିଗରୀର ଉନ୍ନତି ସହିତ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଓ ପରିବେଶ ବିଷୟରେ ଉନ୍ନତ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ଉଦ୍ଭାବନ ଉପରେ ମନୋନିବେଶ କରି ବିକାଶର ଗତିକୁ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ। ଆଉ ଏଥିପାଇଁ ବୈଜ୍ଞାନିକଙ୍କ ପ୍ରଚେଷ୍ଟା ହିଁ ଆମକୁ ସଫଳ କରାଇବ ବୋଲି କହିଥିଲେ lସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ତଥା ପୂର୍ବତନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ସଂଭାଗ ସଂପାଦକ ଦୀପକ କୁମାର ମହାରଣା, ଯୋଗଦେଇ ଶିଶୁ ମାନଙ୍କର ବିଜ୍ଞାନ ସମ୍ବନ୍ଧୀୟ ମାର୍ଗ ଦର୍ଶନ କରିଥିଲେ l

ଏହି ବିଜ୍ଞାନ ମେଳାରେ ୨ ଶହରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା।ଅନୁଷ୍ଠାନର ବିଜ୍ଞାନ ପ୍ରମୁଖ ନିରୂପମା ପଣ୍ଡା,ସହ ପ୍ରଧାନ ଆଚାର୍ଯ୍ୟାଙ୍କ ସଂଯୋଜନାରେ ତଥା ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଭାଗ ସଂଯୋଜକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଟ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଲିଖିତ ଏବଂ ଦୁର୍ଯ୍ୟୋଧନ ସିଂଙ୍କ ଦ୍ୱାରା ସଂଯୋଜିତ ସ୍ବାଗତ ଓ ସମାରୋପ ସଙ୍ଗୀତ ପରିବଷଣ କରାଯାଇଥିଲା l ଏଥି ସହିତ ଅନ୍ୟ ବିଦ୍ୟାଳୟରୁ ଆସିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *