ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା।

ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା।ବାପ ପୁଅ ଉଦ୍ଧାର lଅଚାନକ ଚିଲିକାରେ ଭୟଙ୍କର ପଵନ ମାଡି ଆସିବାଫଳରେ ଚିଲିକା ମଝିରେ ବୁଡ଼ିଗଲା ମାଛ ଧରା ଡ଼ଙ୍ଗା ,ଡ଼ଙ୍ଗା ବୁଡି ଯିବାରୁ ଅକାତ କାତ ପାଣିରେ ଭାସିଗଲେ ଦୁଇ ମସ୍ୟଜୀବୀ,ଦୁଇ ମସ୍ୟଜୀବୀ ଭାସି ଯାଉଥିବା ବେଳେ ତାଙ୍କର ଚିତ୍କାର ଶୁଣି ଅନ୍ୟ ଡ଼ଙ୍ଗାରେ ଥିବା ମସ୍ୟଜୀବୀ ଉଦ୍ଧାର କରିବାକୁ ପହଂଚି ଅକ୍ଲାନ୍ତ ପରିଶ୍ରମ କରିବା ପରେ ଗଭୀରପାଣିରୁ ଦୁଇ ମସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ,ପାଣିରୁ ଉଦ୍ଧାର ହୋଇଥିବା ଦୁଇ ଜଣଙ୍କର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମାନସିଂ ପୁର ଗ୍ରାମରେ,,,, ସେମାନେ ସମ୍ପର୍କ ରେ ବାପ ପୁଅ ବୋଲି ଜଣା ପଡିଛି,,, ବାପ ପୁଅ ମାଛ ମାରି ସାତପଡା କାଳିଜାଇକୁଦ ଠାରୁ ଖୋର୍ଦ୍ଧାଜିଲ୍ଲା ଟାଙ୍ଗୀଥାନା ମାନସିଂପୁରକୁ ଫେରୁଥିବା ବେଳେ ମଝି ଚିଲିକାରେ ଡାଙ୍ଗାବୁଡ଼ିଯାଇଥିଲା ଏମାନେ ହେଲେ ମାନସିଂହପୁର ଗ୍ରାମର ରଘୁନାଥ ବେହେରା ୬୦ ବର୍ଷ ଓ ତାଙ୍କ ପୁଅ ରୋହିତ ବେହେରା,ଲକ୍ଷାଧିକ ଟଙ୍କାର ଖନ୍ଦା ଜାଲ , ସମେତ କାତ, କିଳା, ମୋବାଇଲ ମଧ୍ୟ ଭାସିଯାଇଥିବାର ସୁଚନା ମିଳିଛିପୁଅ ସୁସ୍ଥ ଥିବା ବେଳେ ବାପ ଅସୁସ୍ଥ ଅଛନ୍ତି,,,ଏବେ ସେମାନଂକୁ ଚିଲିକା ରେ ଏକ କୁଦରେ ଉଦ୍ଧାର କରି ରଖା ଯାଇଛି,ସେମାନଂକୁ ଅନ୍ୟ ମାନେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାସହ କୂଳକୁ ଆଣିବାକୁ ଚେଷ୍ଟl l

Leave a Reply

Your email address will not be published. Required fields are marked *