7ପଞ୍ଚାୟତର ୧୦ ବାହ୍ୟଜଗତରୁ ବିଚ୍ଛିନ୍ନ ହର।

Date:- 25/08/2025Place:- bhadrak Anchore :-!ବୈତରଣୀ ଓ ଏହାର ଶାଖାନଦୀ କୋଚିଳାରେ ପୁଣି ଆସିଛି ବନ୍ୟା | ବନ୍ୟାକୁ ନେଇ ହସନାବାଦ ପଞ୍ଚାଯତର ଅନଳଡିହ, ଅସ୍ତକ, ତଳ ଅସ୍ତକ, ହସନାବାଦ, ବନବାଗ, ମଠସାହି, ଅର୍ଜୁନପୁର ପଞ୍ଚାୟତର ମମଦୁଲା, ବାଲିପାଟଣା, ଶଇଲୋ, ପଧାନୀ ପଞ୍ଚାୟତର ଉପର ଶଇଲୋ ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଏହି ସବୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି I ଉପର ଶଇଲୋ ନିକଟରେ ନ‌ଦୀବନ୍ଧ ଫାଟ ହେବାକୁ ସାତ ଦିନ ପୁରିନି |କୋଚିଳା ନଦୀରେ ବନ୍ୟା ଆସିଛି । ଯାହାକୁ ନେଇ ଏହି ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି | ଗତକାଲିଠାରୁ ନ‌ଦୀବନ୍ଧ ଫାଟ ସ୍ଥାନରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାଠ ବହୁ ପିଟି ବାଲିବସ୍ତା ଦେଇ ବନ୍ୟା ନିୟନ୍ତ୍ରଣ ଲାଗି ଉଦ୍ୟମ ଜାରି ରଖିଛି।ନଈ ସୁଅକୁ ବାଲିବନ୍ଧ କହିବା ସହ ବିଭାଗ ଅଧିକାରୀଙ୍କ ଶାଗ କିଆରି ସାଜିଥିବା ଏହି ବନ୍ଧ କେଉଁ ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି I ନଦୀବନ୍ଧ ଫାଟିଥିବା ସ୍ଥାନର ୨୦୦ ମିଟର ଦୂରରେ ଅର୍ଜୁନପୁର ପଞ୍ଚାୟତର ଶଇଲୋ ପାଖରେ ଏକ ଘଳିଆ ସୃଷ୍ଟି ହୋଇଛି ଯାହାକୁ ଗ୍ରାମବାସୀ ବାଉଁଶକାଟି ବାଲିବସ୍ତା ପକାଇ ବନ୍ଦ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି | ନଦୀବନ୍ଧ ନିକଟରେ ଜଳସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ବିଘ୍ନରାଜ ପୁରୋହିତ, ଏସ୍.ଇ ଶରତଚନ୍ଦ୍ର ଘଡେଇ, ଜେ.ଇ. ବିମଲ ବେହେରା ପହଞ୍ଚି ସ୍ଥିତି ପରଖ୍ ଫେରିଛନ୍ତି | ଏପଟେବନ୍ୟା ଯୋଗୁଁ ଶହ ଶହ ପରିବାର ପ୍ରଭାବିତ ହୋଇଛନ୍ତି। ଗାଁ ରାସ୍ତା, ଘରହାର, ଗୋରୁ ଗୁହାଳ ଓ ବିଲବାଡିରେ ବନ୍ୟାଜଳ ପଶି ଯାଇଛି। ବହୁ ପରିବାର ନଦୀବନ୍ଧରେ ପଲିଥୁନ ଟାଣି ନିଜର ଗୃହପାଳିତ ପଶୁଙ୍କ ସହ ଆଶ୍ରୟ ନେଇଛନ୍ତି । ବନ୍ୟାଯୋଗୁ ହସନାବାଦ- ଯାଜପୁରଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କୋଚିଳା ଏବଂ ବୈତରଣୀ ନଦୀ ବନ୍ଧ ନୀଚା ଥିବାରୁ ଅର୍ଜୁନପୁର, ତିନି ଘରିଆ, ପଙ୍ଗଟା, ବେତାଳି ଗାଁ, ସାହୁସାହି ଆଦି ବିଭିନ୍ନ ସ୍ଥାନରେ ବନ୍ଧ ବୁଡିବା ଭଳି ପରିସ୍ଥିତି ଦେଖାଦେଇଛି।ପଙ୍ଗଟା ଛକ ନିକଟରେ ଧୂଷୁରୀ ରୁ ହସନାବାଦ ସଂଯୋଗ କରୁଥିବା ପୋଲ ଛାତକୁ ପାଣି ଲାଗି ପାଣି ଅବରୋଧ କରୁଥିବାରୁ ଏବଂ ପୋଲଟି ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଧାମନଗର ବିଡିଓ ବନବିହାରୀ ଧୀନ୍ଦା ଯାଜପୁର ଦେଇ ହସନାବାଦ ପଞ୍ଚାୟତର ବନ୍ୟା ପ୍ରଭାବିତ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ପରିସ୍ଥିତି ଦେଲେ I ଧୂଷୁରୀ ଜିଲ୍ଲା ପରିଷଦ ଜୋନ ସଭ୍ୟ ପ୍ରଦୀପ ମଲ୍ଲିକ, ହସନାବାଦ ସରପଞ୍ଚ ଅଜୟ ମଲିକ ବନ୍ୟା ନିୟନ୍ତ୍ରଣ ପାଇଁ ଘେରିବନ୍ଧ ପ୍ରତିଷ୍ଠା କରିବାକୁ ଜିଲ୍ଲାପାଳଙ୍କୁ କହିଥିଲା ବେଳେ ଜିଲ୍ଲାପାଳ ଏହା ଖୁବଶୀଘ୍ର ନିର୍ମାଣ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟଠାରେ ଆଜି ରାତି ୮ଟାଠାରୁ ଜଳସ୍ତର ବୃଦ୍ଧି ପାଉଛି I ଗତ ଶନିବାର ନ‌ଦୀରେ ତୃତୀୟ ବନ୍ୟା ଆସିଥିବା ବେଳେ ଆନିକଟଠାରେ ୧୮ ୫୬ ମିଟର ପର୍ଯ୍ୟନ୍ତ ଜଳସ୍ତର ପହଞ୍ଚିଥିଲା ।୨୪ ଘଣ୍ଟା ପରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ବିଡିଓ ଦେବଦତ ଦାଶଙ୍କ ସମେତ ଅନ୍ୟାନ୍ୟ ପଦାଧୀକାରୀ ଆନିକଟ ପରିଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *