ଏକର ଏକର ଚାଷଜମିର ତଳି ଦଳିମକଚି ହାତୀ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି

କାମାକ୍ଷାନଗର,୧୭/୦୭– ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଢଙ୍ଗୀ ରେଞ୍ଜର ଅଧିନ ଇଲେଇଜଙ୍ଗ ମୁଗୁପଦା ଗ୍ରାମ ରେ ଦନ୍ତାହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।କାଲି ରାତି ଦନ୍ତାହାତୀ ଟି ତଳି ବିଲରେ ପଶି ମୁଗୁପଦ ଗ୍ରାମ ର କୈଳାସ ରାଉତଙ୍କ ତିନି ଏକର ଜମି ପାଇଁ ପଡ଼ିଥିବା ତଳି ଓ ସେହି ଗ୍ରାମର ଅନ୍ୟ ଚାଷିମାନଙ୍କ ତଳି ଘେର ମାଡିଦଳି ନଷ୍ଟ କରିଦେଇଛି। ଘଟଣାକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳକୁ ବନବିଭାଗ ଅଧିକାରୀ , କୃଷି ବିଭାଗ ଅଧିକାରୀ ବା କୈାଣସି ପ୍ରଶାସନିକ ଅଧିକାରୀ ଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ। ବାରମ୍ବାର ଏହି ଅଞ୍ଚଳରେ ଦନ୍ତାହାତୀ ର ଉତ୍ପାତ ରେ ନାକେଦମ ହେଲେଣି ଅଞ୍ଚଳବାସୀ। କିନ୍ତୁ ବନବିଭାଗ ହାତୀସ୍କ୍ବାଡ ପେଟ୍ରୋଲିଙ୍ଗ୍ କରୁଛନ୍ତି ରାସ୍ତା ଉପରେ ଏହିପରି ଖାମଖିଆଲି ମନୋଭାବ ଯୋଗୁଁ ଆଜି ଗରିବ ଚାଷୀ ମୁଣ୍ଡରେ ହାତ ଥୋଇ କାନ୍ଦୁଛି।ତେଣୁ ତୁରନ୍ତ ବନବିଭାଗ ପକ୍ଷରୁ ହାତୀ କୁ ଘଉଡାଇବା ସହ କ୍ଷୟକ୍ଷତିର ତଦନ୍ତ କରି ଚାଷିମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *