ବାବା କପିଳେଶ୍ୱର ଶିବ ମନ୍ଦିର


-ଐତିହ ସମ୍ପର୍ଣ୍ଣ ନଦୀ ଗର୍ଭରେ ଅବସ୍ଥିତ ଥିବା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ହାଟୁଆରୀ ଗାଁରେ ବାବା କପିଳେଶ୍ୱର ଶିବ ମନ୍ଦିର ।ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବରେ ରାମିଆଳ ନଦୀ ଗର୍ଭରେ ଅବସ୍ଥିତ ଅଛି ।ବର୍ଷକରେ ବର୍ଷା ୪ମାସ ଠାକୁରଙ୍କୁ ନଦୀ ଉପରକୁ ଆଣି ପୂଜା କରାଯାଇଥାଏ କିନ୍ତୁ ଚଳିତ ବର୍ଷ ନଦୀ ଉପରେ ମନ୍ଦିରକୁ ଏକ ସେତୁ ନିର୍ମାଣ ହେବା ସହିତ ମନ୍ଦିର ଚାରିପାଖ ସୁରକ୍ଷା କଂକ୍ରିଟ ବାଡ଼ ଆଉ ନଦୀ ମଧ୍ୟରୁ ମଧ୍ୟ କଂକ୍ରିଟ ପ୍ୟାଚିଙ୍ଗ ଦିଆଯାଇଛି ।ନିର୍ମାଣ କାମ ଚାଲୁଥିବା ବେଳେ ନଦୀର ପାଣିଥିବା ପାର୍ଶ୍ୱରେ ପ୍ରାୟ ୩୦ମିଟର ଉପରେ ଫାଟ ହେବା ସହିତ ବିରାଟ ଗର୍ତ ହୋଇ ଭୁଶୁଡି ଗଲା ସୁରକ୍ଷା ବାଡ଼ ।ଗତ ରାତିରେ ଏଭଳିଆ ଭାଙ୍ଗିଥିବା ବେଳେ ଆଜି ସୋମବାର ଥିବାରୁ କାଳେ କିଏ ଦେଖିଦେଵ ତେଣୁ ସେହି ଭାଙ୍ଗିଥିବା ଜାଗାରେ ପାଳ ଘୋଡାର ଦେଇ ଠିକାଦାର ଅଚିନ୍ତାରେ ଅଛନ୍ତି ।କୋଟିକୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେଉଥିବା ମନ୍ଦିର କାହା ସ୍ୱାର୍ଥରେ ନିର୍ମାଣ ହେଉଛି ।୨୦୧୪ ମସିହାରେ ମନ୍ଦିରର ପୁନର ଉଦ୍ଧାର ପାଇଁ ଅଞ୍ଚଳ ତରଫରୁ ଚନ୍ଦନ ବେହେରାଙ୍କ ସମେତ ଅନ୍ୟମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମନ୍ଦିରର ଉର୍ଣ୍ଣତି ହୋଇଥିଲା ।କିନ୍ତୁ ଏହି ଐତିହ ସମ୍ପର୍ଣ୍ଣ ମନ୍ଦିର ସୁରକ୍ଷା ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ଠିକାଦାର ନିମ୍ନ ମାନର କାମ କରୁଥିବା କାରଣରୁ ଏବେ ମନ୍ଦିରର ସ୍ଥାୟୀତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ ।ଦିନ ରାତି ଏକ କରି ଠିକାଦାର କାମ କରୁଥିବା ବେଳେ ଏହାର ତଦାରଖ ମଧ୍ୟ ସଠିକ ଭାବରେ ହେଉନାହିଁ ଯାହାଫଳରେ ଏଭଳିଆ ଭାଙ୍ଗିଥିବା ଅଭିଯୋଗ ହେଉଛି ।ତୁରନ୍ତ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ହୋଇଛି ଦାବି ।

Leave a Reply

Your email address will not be published. Required fields are marked *