ପ୍ରେମ ହିଁ ପବିତ୍ର

ଶୀର୍ଷକ _ପ୍ରେମ ହିଁ ପବିତ୍ର


ରୀତାରାଣୀ ଦାଶ
ବାଲେଶ୍ୱର

ସମ୍ମିଳିତ ଖୁସି ମର୍ମାହତ ଦୁଃଖ
ଅଶ୍ରୁ ପାଇଁ ବଢ଼ା ହାତ
ହୃଦେ ସଂଚାରିତ ସ୍ୱପ୍ନେ ସଂଯୋଜିତ
ମନ ମଧ୍ୟେ ବିଚଳିତ
ଏଇ ତ ପବିତ୍ର ପ୍ରେମ,
କଠିନ ତପସ୍ୟା କରି ଏକ ନିଷ୍ଠା
ଜୀବନରେ ଅନୁପମ |
ନାହିଁ କିଛି ଆଶା ନାହିଁ ଅଭିଯୋଗ
କେବଳ ଦେବା ପ୍ରକୃତି
ସୀମାହୀନ ଆଉ ସର୍ତ୍ତ ହୀନ ସିନା
ଦୃଢ଼ ତାର ପ୍ରତିଶୃତି
ହୃଦୟ ପ୍ରତିଫଳନ,
ସତ୍ୟ ଓ ଦାୟାଦ୍ର ଶୁଦ୍ଧ ନବ ରୂପେ
ପ୍ରେମ ସିନା ଧୈର୍ଯ୍ୟ ବାନ |
ଉଛୁଳା ନଦୀର ସୁଅ ପରି ପ୍ରେମ
ହତାଶ ମନର କୋହ
ଦୁଇଟି ମନର ପ୍ରଣୟ ମନ୍ଦିରେ
ହସିଥିବା ଦୁଇ ଦିଅଁ
ପବିତ୍ର ପ୍ରେମ ପରଶ,
ମୁଠାଏ ବିଶ୍ୱାସ ଭରସାର ଆଶ
ଜ୍ୱଳନ ହୁଅଇ ଶେଷ |
ପ୍ରେମର ପ୍ରତୀକ ଟୋପାଏ ସିନ୍ଦୂର
ହସ୍ତେ ଦୁଇ ପଟ ଶଙ୍ଖା
ପବିତ୍ର ବନ୍ଧନେ ପବିତ୍ର ସୁମନେ
ଦୁଇ ମନ ଆତ୍ମା ବନ୍ଧା
ଵିଧି ବିଧାନ ବିଚିତ୍ର,
ସ୍ନେହ ମମତାର ପ୍ରେମର ଡୋରିରେ
ଅମୂଲ୍ୟ ରତ୍ନ ସର୍ବତ୍ର |

Leave a Reply

Your email address will not be published. Required fields are marked *