ପୁରୀ ସ୍ବର୍ଗଦ୍ୱାରରେ ଶବ ସତ୍କାର କରିବାକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଅଛି।
ପୁରୀ ସ୍ବର୍ଗଦ୍ୱାରରେ ଶବ ସତ୍କାର କରିବାକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଅଛି। ରାମଚଣ୍ଡୀ ସାହି ନିବାସୀ ଆଲଫ୍ରେଡ଼ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ସ୍ବର୍ଗଦ୍ୱାରରେ ଶବ ସତ୍କାର ପାଇଁ ଆଣିଥିଲେ। ମାତ୍ର ମୃତକ ଆଲଫ୍ରେଡ଼ ଖ୍ରୀଷ୍ଟଧର୍ମର ହୋଇଥିବା ନେଇ ସନ୍ଦେହ ସନ୍ଦେହ ହେବାରୁ ପୁରୀ ସ୍ବର୍ଗଦ୍ୱାର ପକ୍ଷରୁ ତାଙ୍କର ଶବ ସତ୍କାର ପାଇଁ ମନା କରାଯାଇଥିଲା।ଆଲଫ୍ରେଡ଼ଙ୍କ ଭଣଜା ଆଲଫ୍ରେଡ଼ ଖ୍ରୀଷ୍ଟଧର୍ମ ହୋଇଥିବା ନେଇ ଦାବୀ କରିବା ସହ ଲିଖିତ ଭାବେ ଜଣାଇଥିବାରୁ ବିବାଦ ଦେଖାଦେଇଅଛି। ଦୀର୍ଘ ଦିନ ଧରି ଆଲଫ୍ରେଡ଼ ନିଜ ଭଣଜା ଘର ଆଖଣ୍ଡଳମଣି ମକୁବନ ଠାରେ ରହି ଆସୁଥିଲେ l ଆଲଫ୍ରେଡ଼ଙ୍କ ଦେହ ଖରାପ ହେବାରୁ ତାଙ୍କ ଭଣଜା ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସେଠାରେ ତାଙ୍କ ମୃତ୍ୟୁ ପରେ ଶବ ବ୍ୟବଛେଦ ପାଇଁ ସ୍ୱର୍ଗଦ୍ୱାର ନିଆଯାଇଥିଲା l

ସେପଟେ ଆଲଫ୍ରେଡ଼ଙ୍କ ପୁଅ ଗୋଟେ ଜିଦ କରି ବସିଛନ୍ତି ମୋ ବାପାକୁ ତାଙ୍କ ଭଣଜା, ପାଖରେ ରଖି ଟାଇଟେଲ ଚେଞ୍ଜ କରିଛନ୍ତି l କିନ୍ତୁ ମୋ ବାପା ହେଉଛନ୍ତି ହିନ୍ଦୁ l ଯାହା ହେଉ ନା କାହିଁକି ସ୍ୱର୍ଗଦ୍ୱାରରେ ଶବଦାହ ହେବ l ଯାହାକୁ ନେଇ ସ୍ବର୍ଗଦ୍ୱାର ବାହାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହ ପଡିରହିଥିଲା। ବିବାଦ ତେଜିବାରୁ ନିଜେ ପୁରୀ ତହସିଲଦାର ଅଭିଷେକ ଦାସ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସମସ୍ତ କାଗଜପତ୍ର ଯାଞ୍ଚ ପରେ ଶବସତ୍କାର ପାଇଁ ପ୍ରଶାସନ ତରଫରୁ ମୃତକଙ୍କ ପୁତ୍ରଙ୍କୁ ମନା କରାଯାଇଥିଲା। ପରେ ବିଳମ୍ବିତ ରାତିରେ ମୃତକଙ୍କ ମୃତଦେହ ସ୍ୱର୍ଗଦ୍ୱାରରୁ ଫେରିଥିଲା।
