ସମ୍ବଲପୁରରେ ‘ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍’ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା’ଫିଟ୍ ଇଣ୍ଡିଆ

ସମ୍ବଲପୁରରେ ‘ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍’ ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା’ଫିଟ୍ ଇଣ୍ଡିଆ’ ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ – ଧର୍ମେନ୍ଦ୍ର ପ୍ରଧାନସମ୍ବଲପୁରରେ ଅନୁଷ୍ଠିତ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍ ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍, ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛିପିଲାମାନଙ୍କୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ମା’ ସମଲେଶ୍ୱରୀଙ୍କ ପୀଠ, ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ସ୍ଥାନ ପରିଦର୍ଶନ କରିବା ସହ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ଦେଲେ ପରାମର୍ଶସମ୍ବଲପୁର, ଡିସେମ୍ବର ୦୨ – ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି । ଏହି ‘ଫିଟ୍ ଇଣ୍ଡିଆ’ ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସମ୍ବଲପୁରରେ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ – ୨୦୨୫”ର ଉଦଘାଟନୀ ସମାରୋହରେ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, କଳା ଓ ସଂସ୍କୃତିର ସହର ସମ୍ବଲପୁରରେ ଆୟୋଜିତ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ – ୨୦୨୫” କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର । ଏହି ଚାମ୍ପିଅନସିପ୍ ଚଳିତ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ । ସମ୍ବଲପୁରର ନକ୍ସାପାଲିରୁ ଝାଙ୍କରପାଲି ପର୍ଯ୍ୟନ୍ତ ଏହି ସାଇକେଲ୍ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ସମେତ ସାରା ଭାରତବର୍ଷରୁ ଏହି ପ୍ରତିଯୋଗିତାରେ ପ୍ରାୟ ୮୫୦ରୁ ଅଧିକ ଚାଳକ ଏବଂ ୧୨୨ ଜଣ ଟିମ୍ ଅଧିକାରୀ ଅଂଶଗ୍ରହଣ କରିଛନ୍ତି, ଯାହା ଏକ ଶୁଭ ସଙ୍କେତ । ଏହି ଚାମ୍ପିଅନସିପ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି – ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଫିଟ୍‌ନେସ୍ ପାଇଁ ଉତ୍ସାହିତ କରିବା । ସେ ଆହୁରି କହିଛନ୍ତି, ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍ । ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି । ଜୀବନରେ କାର୍ଯ୍ୟ କରିବା ଯେପରି ଜରୁରୀ, ସେହିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏବଂ ଫିଟନେସ୍ ମଧ୍ୟ ଜରୁରୀ । ଏହି ଚାମ୍ପିୟନସିପରେ ଭାଗ ନେଇଥିବା ପ୍ରତିଯୋଗୀମାନେ କେବଳ ପ୍ରତିଯୋଗିତା କରନ୍ତୁ ନାହିଁ, ବରଂ ନିଜ ନିଜ ମଧ୍ୟରେ କ୍ରୀଡ଼ା ମନୋଭାବ ମଧ୍ୟ ବଜାୟ ରଖନ୍ତୁ । ଆଜି ଜାତୀୟ ଶିକ୍ଷା ନୀତି -୨୦୨୦ରେ ଖେଳ; ପାଠପଢାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଶିକ୍ଷା ନୀତିର ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ସମ୍ବଲପୁରରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସ୍ଥାନକୁ ମଜବୁତ୍ କରିବ । ଏହି ପ୍ରତିଯୋଗିତା କେବଳ ସମ୍ବଲପୁରର ପରିଚୟ ବଢାଇବ ନାହିଁ, ବରଂ ଆମର ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ମଧ୍ୟ ସୁଦୃଢ଼ କରିବ ଏବଂ ଅନ୍ୟମାନଙ୍କୁ ସାଇକେଲିଂ ଓ ଫିଟ୍‌ନେସ୍ ଆଡ଼କୁ ଆକର୍ଷିତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଉଭୟ ପୁରୁଷ ଓ ମହିଳା ବିଭାଗର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ୫ ଦିନ ଧରି ମାଆ ସମଲେଶ୍ୱରୀଙ୍କ ପୀଠ, ସନ୍ଥକବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ଭଳି ସ୍ଥାନ ପରିଦର୍ଶନ କରିବା ପାଇଁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ମଧ୍ୟ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । ଏହି ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନ, ସାଇକେଲିଂ ଫେଡେରେସନ ଅଫ୍ ଇଣ୍ଡିଆ (ସିଏଫଆଇ), ଓଡ଼ିଶା ସାଇକେଲିଂ ଆସୋସିଏସନ ତଥା ଏଥିରେ ନିୟୋଜିତ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *