ସିଂହ ଦ୍ୱାରେ ପ୍ରଭୁ ପତିତପାବନ ଚାହିଁଛନ୍ତି ଜଳ ଜଳ

ସିଂହ ଦ୍ୱାରେ ପ୍ରଭୁ ପତିତପାବନ ଚାହିଁଛନ୍ତି ଜଳ ଜଳ,ପତିତ ମାନଙ୍କୁ ଉଦ୍ଧାରିବା ପାଇଁ ସର୍ବଦା ଥାନ୍ତି ତତ୍ପର,ଚାରିଦ୍ୱାରେ ଭାରି ଲାଗିଅଛି ଭିଡ଼ ଯିବାପାଇଁ ବାଟ ନାହିଁ,ଵୟୋବୃଦ୍ଧଗଣ ଦର୍ଶନ ନ ପାଇ ଫେରନ୍ତି ନିରାଶ ହୋଇ,ସମସ୍ତେ ତ ନିଜ ନିଜ କାର୍ୟେ ବ୍ୟସ୍ତ କାହାକୁ କିଏ କହିବ?ଭକତ ନୟନୁଁ ଝରଇ ଲୋତକ ତା ଡାକ କିଏ ଶୁଣିବ,ସ୍ୱାର୍ଥପର ଭାବ ସମସ୍ତଙ୍କୁ ଏବେ କରି ଅଛି କବଳିତ କେହି କାହା କଥା ଶୁଣିବା ନିମନ୍ତେ ନୁହନ୍ତି ଏବେ ପ୍ରସ୍ତୁତ,ଜଗନ୍ନାଥଙ୍କର କାନ ନାହିଁ ସେ ତ ଅଟନ୍ତି ସର୍ବଦା ମୂକ,କେଉଁ ଉପାୟରେ ମହାପ୍ରଭୁ ଅବା ଶୁଣିବେ ଆମ୍ଭର ଡାକ,!କିଛି ଲୋକେ ପୁଣି ଅନ୍ୟ ବାଟ ଦେଇ ପଶୁଛନ୍ତି ଶ୍ରୀମନ୍ଦିରେ,ନିରୀହ ଭକତ କେତେ କଷ୍ଟ କରି ଛିଡା ହୁଅଇ ଧାଡିରେ,ଆଖିରୁ କେବଳ ଝରାଏ ଲୋତକ ସହି ଶୀତ ବର୍ଷା ଖରା,ତଥାପି ତାହାକୁ ଆଉ କିଛି ଲୋକେ କରନ୍ତି ଟାହି ଟାପରା,ପୁରୀ ବାସୀ ଗଣ ପ୍ରଭୁଙ୍କ ପାଖରେ କରିଛନ୍ତି ନିବେଦନ, ଶରଧାବାଲିରେ ଏକତ୍ରିତ ହୋଇ କରିଛନ୍ତି ଦୀପଦାନ,ଆଗକୁ କି ହେବ କିଏସେ କହିବ ପ୍ରଭୁଙ୍କୁ ହିଁ ସବୁ ଜଣା,କାହିଁକି ରେ ବାବୁ ସେହି ବିଷୟରେ କରୁଛୁ ବୃଥା ଭାବନା!ଆରେ ବାଇମନ ବସିରହ ଘରେ କାହାକୁ କିଛି ନ କହି ବାଚାଳ ବଚନ କିଏ ବା ଶୁଣିବ କାହାକୁ ବା ବେଳ କାହିଁ?ନିବେଦକ, ପ୍ରଭାତ ରଞ୍ଜନ

Leave a Reply

Your email address will not be published. Required fields are marked *